spot_img

ସ୍କୁଲରେ ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରନ୍ତି

ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏହି ଅଜବ ବୟାନ ଦେଇଛନ୍ତି । ମହିଳାମାନେ ଯଦି କଳିଝଗଡ଼ା ନଲଗାନ୍ତି, ତେବେ ସେମାନେ ପୁରୁଷଙ୍କ ଠାରୁ ବହୁତ ଆଗକୁ ଯାଇସାରନ୍ତେଣି। ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କ ନିକଟରେ ଏପରି ଅନେକ ରିପୋର୍ଟ ଆସିଛି । ସ୍କୁଲରେ ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରିଥାନ୍ତି । ଯଦି ମହିଳାମାନେ ଏହି ଛୋଟ ଛୋଟ ଘଟଣାକୁ ସମାଧାନ କରିଦିଅନ୍ତି । ତେବେ ସେମାନେ ବହୁତ ଆଗକୁ ଯାଇପାରିବେ । ସ୍କୁଲରେ ମହିଳା ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରୁଥିବାର ନଜିର ରହିଛି । ସେମାନଙ୍କ ଝଗଡ଼ା ପାଇଁ ପୁରୁଷ ଶିକ୍ଷକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ସ୍କୁଲରେ ମହିଳା ଶିକ୍ଷୟତ୍ରୀଙ୍କ ଝଗଡ଼ା ହିଁ ପ୍ରଧାନଶିକ୍ଷକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ସେହିପରି ଏହି ସମୟରେ ଗେହେଲତ୍‌ ସରକାର ମହିଳାମାନଙ୍କ ପାଇଁ ହୋଇଥିବା ନୀତି ଉପରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular