ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ୱାଇ କ୍ରୁଜରୁ ଡ୍ରଗ୍ସ ମିଳିବା ମାମଲାରେ କୋର୍ଟ ନିକଟରେ ନିଜ ଜବାବ ଦାଖଲ କରିଛି । ସେଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି । ଏନ୍ସିବି ପକ୍ଷରୁ କୁହାଯାଇଛି ଯେ, ତାଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇନି, କିନ୍ତୁ ଆର୍ଯ୍ୟନ ସମେତ ଅନ୍ୟ ଗିରଫ ଅଭିଯୁକ୍ତ ଏଥିରେ ସାମିଲ ଅଛନ୍ତି । ଏନ୍ସିବି ପକ୍ଷରୁ କୁହାଯାଇଛି ଯେ, ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ସିପରେ ଡ୍ରଗ୍ସ ସେବନ କରିଛି । ଏହା ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଟ ସାଇକୋଟ୍ରାପିକ୍ ସବ୍ଟେନ୍ସ ଆକ୍ଟ ୧୯୮୫ ଅନୁଯାୟୀ ଭାରତରେ ଏହା ଏକ ଅପରାଧ । ଏନସିବି ଆର୍ଯ୍ୟନ ଖାନ୍ ଉପରେ ଅବୈଧ ଡ୍ରଗ୍ସ ବିକ୍ରି ନେଇ ମଧ୍ୟ ଅଭିଯୋଗ କରିଛି । ତାଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇନି, କିନ୍ତୁ ଆର୍ଯ୍ୟନ ସମେତ ଅନ୍ୟ ଗିରଫ ଅଭିଯୁକ୍ତ ଏଥିରେ ସାମିଲ ଅଛନ୍ତି । ଏନ୍ସିବି ପକ୍ଷରୁ କୁହାଯାଇଛି ଯେ, ଡ୍ରଗ୍ସ କାରବାର ବିଦେଶ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି ଏବଂ ଏହା ଚାଲିବା ଦରକାର । ସ୍ୱତନ୍ତ୍ର ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସବଟେନ୍ସ ଆକ୍ଟ (ଏନଡିପିଏସ୍) କୋର୍ଟରେ ଆର୍ଯ୍ୟନ ଖାନ୍ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନ ଉପରେ ଦ୍ୱିପ୍ରହର ୨.୪୫ ମିନିଟରେ ଶୁଣାଣି ହେବ । ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହଙ୍କ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0