କୃଷକ ମୃତ୍ୟୁବରଣ କରିଥିବା ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସରକାରୀ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହାଛଡ଼ା, ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଭାରତର ଅନ୍ୟ ପ୍ରାନ୍ତରେ ସମାନ ଧରଣର ଘଟଣା ଘଟୁଥିଲେ ବି ତାହା ଅନ୍ୟମାନଙ୍କୁ ସ୍ୱରୋତ୍ତଳନ କରିବାକୁ ପାଇଁ ସୁହାଉନାହିଁ। କିନ୍ତୁ, ଉତ୍ତର ପ୍ରଦେଶରେ ‘ବିଜେପି’ ସରକାର ଥିବାରୁ ତାହା ଚର୍ଚ୍ଚିତ ହୋଇଛି। ସେ କହିଛନ୍ତି ମୋର ଦଳ କିଂବା ମୋର ପ୍ରଧାନମନ୍ତ୍ରୀ ଏହା ଉପରେ ଆତ୍ମରକ୍ଷାମୂଳକ ପ୍ରତ୍ୟୁତ୍ତର ଦେଉନାହାନ୍ତି। ସମଗ୍ର ଭାରତ ପାଇଁ ଆତ୍ମରକ୍ଷାମୂଳକ ପଦକ୍ଷେପ ନିଆଯାଉଛି। ମୁଁ ଭାରତ ତରଫରୁ କହିବି, ମୁଁ ଦରିଦ୍ରମାନଙ୍କ ହକ୍ ପାଇଁ କହିବି। ମୋତେ ବିଦ୍ରୂପ କରାଯିବ ନାହିଁ। ଯଦି ବିଦ୍ରୂପ କରାଯାଏ, ମୁଁ ଆତ୍ମରକ୍ଷାମୂଳକ ହୋଇ କହିବ, ଦୁଃଖର ବିଷୟ, ଚାଲନ୍ତୁ ବାସ୍ତବ ଘଟଣା କଥା ଆଲୋଚନା କରିବା। ମଙ୍ଗଳବାର ଦିନ ‘ହାର୍ଭାର୍ଡ କେନେଡି ସ୍କୁଲ୍’ରେ ଆଲୋଚନା ବେଳେ ଏ ସଂକ୍ରାନ୍ତ ପ୍ରଶ୍ନରେ ଉତ୍ତର ଦେଇ ସୀତାରମଣ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀମାନେ କାହିଁକି ଏ ବିଷୟରେ ମନ୍ତବ୍ୟ ଦେଉ ନାହାନ୍ତି? ଏ ସଂକ୍ରନ୍ତରେ କେହି କିଛି ପଚାରିଲେ ଆତ୍ମରକ୍ଷାମୂଳକ ପ୍ରତିକ୍ରିୟା ପ୍ରକାଶ ପାଉଛି କାହିଁକି? ବୋଲି ସୀତାରମଣଙ୍କୁ ପ୍ରଶ୍ନ ପଚରା ଯାଇଥିଲା।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0