ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି । ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଏହି ଜେରା ହେଉଛି । ବେଆଇନ ଭାବେ ଟଙ୍କାକୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି । ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ସୁକେଶ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ବେଶ୍ ପରିଚିତ । ସୁକେଶଙ୍କ ବିଭିନ୍ନ ପାର୍ଟିରେ ଜାକଲିନ୍ ଓ ନୋରା ଯୋଗ ଦିଅନ୍ତି ବୋଲି ସୂଚନା ରହିଛି । ଆଉ ଏ ସଂପର୍କରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଚାହୁଁଛି । ଏହାପୂର୍ବରୁ ସୁକେଶଙ୍କ ସମ୍ପର୍କରେ ଜ୍ୟାକଲିନଙ୍କୁ ମଧ୍ୟ ପଚରାଉଚରା କରିଥିଲା ଇଡି । ଆସନ୍ତାକାଲି ପଚରାଉଚୁରାରେ ଯୋଗଦେବା ପାଇଁ ତାଙ୍କୁ MTNL ର ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ଏହି ମାମଲାରେ ପୂର୍ବରୁ ଜାକଲିନ୍ ଫ୍ରର୍ଣ୍ଣାଡିଜଙ୍କୁ ଜେରା କରାଯାଇଥିଲା, ତାଙ୍କୁ ବି ପୁଣି ଥରେ ଜେରା ପାଇଁ ନୋଟିସ୍ କରାଯାଇଛି । ଇଡି ଅଫିସରେ ଆସନ୍ତାକାଲି ଜାକଲିନଙ୍କୁ ପୁଣି ଥରେ ପଚରାଉଚରା ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0