ଦଶହରା ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସେହିପରି ୧୬ ତାରିଖ ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ। ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି I ଦଶହରାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ I ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି ଦିଆଯାଇଛି । ପାର୍ବଣକୁ ଆଖିରେ ରଖି ପୁରୀ ଶୀମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯଦି କେହି ଶ୍ରୀମନ୍ଦିରକୁ ପଲିଥିନ ନେଇ ଯାଆନ୍ତି, ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ। ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି। ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0