spot_img

ନୂଆ ରୂପରେ ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ପ୍ରତିଦିନ ଶହଶହ ଶବଦାହ ହୋଇଥାଏ । ଶବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନମାନଙ୍କୁ ବିଶେଷ ସୁବିଧା ମିଳିବା ସହିତ ସ୍ୱର୍ଗଦ୍ୱାର ପରିସରକୁ ସୌନ୍ଦର୍ଯ୍ୟକରଣ କରାଯିବ । ସେ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହାକମାନଙ୍କର ଏକ ବୈଠକ ହୋଇଥିଲା । ପୁରୀ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ପରିଦର୍ଶନ କରି ଏହାର ସ୍ଥିତି ସମୀକ୍ଷା କରିଛନ୍ତି । ସ୍ୱର୍ଗଦ୍ୱାରକୁ ଶବଦାହ କରିବାକୁ ଆସୁଥିବା ବ୍ୟକ୍ତି ଏଠାରେ କିପରି ଉତ୍ତମ ସୁବିଧା ପାଇ ଫେରିବେ ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ସବୁ କାର୍ଯ୍ୟରେ ପୌରସଂସ୍ଥା କର୍ମଚାରୀ ତଦାରଖ କରିବେ । ଶବଦାହ କରିବାକୁ ଆସୁଥିବା ପରିବାରଙ୍କୁ ଜୀବିକା ଉପାର୍ଜନ ବ୍ୟବସ୍ଥା ସହ ସେମାନଙ୍କୁ ବୀମାଭୁକ୍ତ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular