spot_img

କରୋନା ମୁକାବିଲା ପାଇଁ ହାତ ବଢାଇଛି ଓଏମସି

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ କୋଭିଡ୍ କେୟାର ହୋମ ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନିଗମ ପକ୍ଷରୁ ଭୁବନେଶ୍ୱର, ସାଉଥ୍ କାଳିଆପାଣି, ଦୈ÷ତାରୀ ଓ ଗନ୍ଧମାର୍ଦ୍ଦନ କୋଭିଡ୍ କେୟାର ହୋମ୍ ସ୍ଥାପନ କରାଯାଇଛି । ଯେଉଁଥିରେ ୨୦ଟି ଲେଖାଏଁ ଶର୍ଯ୍ୟା ରହିବା ପାଇଁ ସ୍ଥିର କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ଟି କୋଭିଡ୍ କେୟାର ହୋମ୍ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେଗୁଡିକରେ ୧୦ଟି ଲେଖାଏଁ ଶର୍ଯ୍ୟା ରହିବାର ଯୋଜନା ଥିବା ବେଳେ କୋଇଡା, ବଡବିଲ, ସେରମେଡା ଓ ରାୟଗଡାରେ ଏଗୁଡିକ ନିର୍ମାଣ ହେବ । ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୮ଟି ଜିଲ୍ଲାରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ଖଣି ନିଗମ ଅର୍ଥରାଶି ପ୍ରଦାନ କରିସାରିଛି । ମାର୍ଚ୍ଚ ମାସରେ ନିଗମ ତରଫରୁ ୫ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଥିଲା । ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ଲାଭାଂଶ ଆକାରରେ ୨୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଖଣି ନିଗମ ପ୍ରଦାନ କରିସାରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular