ବିବାଦରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ରିଲିଜ ନହେଉଣୁ ତାଙ୍କ ଅପ୍କମିଂ ଫିଲ୍ମ ‘ଗୋର୍ଖା’କୁ ନେଇ ଦେଖାଦେଇଛି କେଁ। ଶୁକ୍ରବାର ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ। ରିଲିଜ ହୋଇଥିବା ଫିଲ୍ମ ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ। ସେ ଏକ ଟ୍ୱିଟି କରିଛନ୍ତି । ସେ ଲେଖିଛନ୍ତି, ଗୋର୍ଖା ଉପରେ ଫିଲ୍ମ ତିଆରି କରୁଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଥିବା ସହ ପୋଷ୍ଟରରେ ଦେଖାଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି। ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍ରେ ଲେଖିଛନ୍ତି। ସେ ଟ୍ୱିଟ୍ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍ଲୋଡ କରିଛନ୍ତି।
ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍ର ଉତ୍ତର ଦେଇଛନ୍ତି। ‘ଗୋର୍ଖା’ ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ଫିଲ୍ମରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ। ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍ର ଉତ୍ତର ଦେଇଛନ୍ତି। ‘ଗୋର୍ଖା’ ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ଫିଲ୍ମରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ। ‘ଗୋର୍ଖା’ ଫିଲ୍ମଟି ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0