spot_img

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରାଯାଉ । ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ସ୍ୱଦେଶ ଦର୍ଶନ ଯୋଜନାରେ କେନ୍ଦ୍ର ସରକାର ୫ଟି ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟର ବିକାଶ ପାଇଁ ୩୨୫କୋଟି ୫୩ ଲକ୍ଷ ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସହ ସମ୍ପର୍କରେ ସେ ଚିଠିରେ ଉଲ୍ଲେଖ କରିବା ସହ କହିଛନ୍ତି, ଧର୍ମ ବିଚାରଧାରା ଆସିବା ପୂର୍ବରୁ ଓଡ଼ିଶାରୋ ବୌଦ୍ଧ ଧର୍ମ ରହି ଆସିଛି । ଅଷ୍ଟମରୁ ଦଶମ ଶତାବ୍ଦୀ ଯାଏ ଭୌମକର ବଂଶର ଶାସନ କାଳରେ ଓଡ଼ିଶାରେ ବୌଦ୍ଧ ଧର୍ମର ବିବେଚନା କରାଯାଇଥିଲା । କିମ୍ବଦନ୍ତୀ କହୁଛି, କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକଙ୍କ ନେତୃତ୍ୱରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହୋଇଥିଲା । ଚୀନ୍ ପରିବ୍ରାଜକ ହୁଏନ ସାଂଙ୍କ ବୌଦ୍ଧ ଧର୍ମ ଏବଂ ଓଡ଼ିଶା ସମ୍ପର୍କିତ ଲେଖା ରାଜ୍ୟରେ ବୌଦ୍ଧ ଧର୍ମର ଗୌରବମୟ ଅଧ୍ୟାୟକୁ ପୁନର୍ଜୀବିତ କରେ । ଓଡ଼ିଶାର ଧଉଳିଗିରି, ଲଳିତଗିରି, ରତ୍ନଗିରି ଓ ଜିରାଙ୍ଗଠାରେ ବୌଦ୍ଧ କୀର୍ତ୍ତି ଓ ପରମ୍ପରା ବାବଦରେ ସ୍ପଷ୍ଟ ଚିତ୍ର ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular