ଶନିବାର ରାତିରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ଅଘଟଣ ଘଟିଯାଇଛି | ଦୁର୍ଗା ମେଢ଼ ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କ ଉପରକୁ ଗାଡ଼ି ମାଡ଼ିଯିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦୁର୍ଗା ମୂର୍ତ୍ତି ବିସର୍ଜନ କରି ଘରକୁ ଫେରୁଥିବା ବେଳେ ଲୋକଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଦେଶୀ ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ଖାଲି ଏତିକି ନୁହେଁ ଆକ୍ରମଣକାରୀମାନେ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ପୋଲିସ୍ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ କରିଛି। ମଦକୁ ନେଇ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଯେତେବେଳେ ଗୋଟିଏ ଗୋଷ୍ଠୀ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରି ଫେରୁଥିଲେ, ଏହି ସମୟରେ ଅନ୍ୟ ଗୋଷ୍ଠୀର ଲୋକ ସେମାନଙ୍କୁ ରାସ୍ତାରେ ଅଟକାଇ ମଦ ପାଇଁ ଟଙ୍କା ମାଗି ଥିଲେ। ଏହାପରେ ଗଣ୍ଡଗୋଳ ହେବା ସହ ଏହି ଆକ୍ରମଣ ହୋଇଥିଲା। ଦୁର୍ଗା ପୂଜା ସରିବା ପରେ ଶନିବାର କିଛି ଲୋକ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ବିସର୍ଜନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଗାପୁରର ଅନ୍ନପୂର୍ଣ୍ଣା ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଦେଶୀ ବୋମା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାସହ ଘଟଣାସ୍ଥଳରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ଅନେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0