ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର । ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ତେବେ ଇନଫୋସିଟି ଥାନା ପୋଲିସ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମାତ୍ର କୋର୍ଟ ୪ ଦିନିଆ ରିମାଣ୍ଡ ପାଇଁ ଅନିମତି ଦେଇଛନ୍ତି । ମନୀଷଙ୍କ ମୃତ୍ୟୁ ମାମଲାରେ ଅମ୍ରିତ ପ୍ରୀତମ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ଗିରଫ ହୋଇଛନ୍ତି । ତେବେ ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ପରେ ହାତାହାତିରେ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଆସନ୍ତାକାଲି ଠାରୁ ୪ ଦିନ ପାଇଁ ରିମାଣ୍ଡରେ ଯିବେ ୩ ଜଣ ଅଭିଯୁକ୍ତ । ରିମାଣ୍ଡରେ ବେବା ପାଇଁ ଜେଏମଏଫସି କୋର୍ଟଙ୍କ ଅନୁମତି ମିଳିଛି । କ୍ରାଇମ ସ୍କିନ୍ର ସତ ଜାଣିବା ପାଇଁ ରିମାଣ୍ଡରେ ନେବ ପୋଲିସ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0