‘ଏନ୍ସିବି’ ମୁମ୍ବାଇ ୟୁନିଟ୍ର ଜୋନାଲ୍ ଡାଇରେକ୍ଟର୍ ସମୀର ଓ୍ଵାଙ୍ଖେଡ଼େଙ୍କୁ ଦିନେ ନା ଦିନେ ଗୌରବାନ୍ଵିତ କରିବେ ବୋଲ ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ରେ ଗିରଫ ହୋଇ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର ହାଜତରେ କାଉନ୍ସେଲିଙ୍ଗ୍ ବେଳେ ଆର୍ୟନ୍ ଖାନ୍ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲାରେ ଆର୍ୟନ୍ ଖାନ୍ଙ୍କ ସମେତ ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରେ ଅଛନ୍ତି ମୁନ୍ମୁନ୍ ଧାମେଚା, ଅର୍ବାଜ୍ ମର୍ଚାଣ୍ଟ୍, ଇସମୀତ୍ ସିଂହ, ମୋହକ ଜସ୍ଓ୍ଵାଲ୍, ଗୋମିତ ଚୋପ୍ରା, ନୂପୁର ସତୀଜା ଏବଂ ବିକ୍ରାନ୍ତ ଛୋକର୍। ବିଦେଶୀ ନାଗରିକ ତଥା ବୁଲା ଡ୍ରଗ୍ସ୍ ବିକ୍ରେତାଙ୍କ ସମେତ ଏହି ମାମଲାରେ ଏଯାବତ୍ ସମୁଦାୟ ୨୦ଜଣଙ୍କୁ ଗିରଫ କରାଯାଇଛି। ଜାମିନ ପାଇଁ ଆର୍ୟନ୍ ଖାନ୍ ମୁମ୍ବାଇ ‘ଏନ୍ଡିପିଏସ୍’ ଅଦାଲତରେ ଆବେଦନ କରିଥିଲେ। କିନ୍ତୁ, ଅକ୍ଟୋବର ୧୪ରେ ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ରାୟ ସଂରକ୍ଷିତ ରଖିଛନ୍ତି। ‘ଏନ୍ବିସି’ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମାଜର ଦୁର୍ବଳ ବର୍ଗର ଜନତାଙ୍କୁ ସାହାଯ୍ୟ କରିବେ ବୋଲି ମଧ୍ୟ ୨୩ ବର୍ଷିୟ ଆର୍ୟନ୍ କଥା ଦେଇଛନ୍ତି। ଜେଲ୍ରୁ ମୁକୁଳିବା ପରେ ଜଣେ ଭଲ ମଣିଷ ହୋଇ ଚଳିବେ ବୋଲି ମଧ୍ୟ ସେ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0