ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଭିକି ଏବଂ କ୍ୟାଟ୍ରିନା ଉଭୟ ଡେଟ୍ କରୁଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ଯଦିଓ ଉଭୟ କଳାକାର ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ କିଛି ସ୍ଫଷ୍ଟ କରିନାହାଁନ୍ତି। ତେବେ ଭିକି ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ସମୟ ଆସିଲେ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ‘ମୁଁ ମଧ୍ୟ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବି . ଯେତେବେଳେ ସମୟ ଆସିବ। ପରେ କ୍ୟାଟ୍ରିନା ଏହି ରିପୋର୍ଟକୁ ଅସ୍ୱୀକାର କରିଥିଲେ। ବର୍ତ୍ତମାନ ଭିକି ତାଙ୍କ ଚଳଚ୍ଚିତ୍ର ‘ସର୍ଦ୍ଦାର ଉଦାମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନର ଯୋଜନା ବିଷୟରେ ମଧ୍ୟ କହିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0