ମହାକାଶରେ ନିର୍ମାଣ ହେଲା ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଇତିହାରେ ପ୍ରଥମ ଥର ପାଇଁ ମହାକାଶରେ ଶୁଭିଛି ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିଛନ୍ତି ଅଭିନେତା ଓ ଅଭିନେତ୍ରୀ । ସ୍ପେସ୍ରେ ପ୍ରଥମ ଫିଲ୍ମ ସୁଟିଂ ହେବା ପରେ ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍ । ଫିଲ୍ମ ସୁଟିଂ ପାଇଁ ୧୨ ଦିନ ମହାକାଶରେ ବିତାଇଥିଲା ପୂରା ଟିମ୍ । କାଜାଖାସ୍ତାନ ବାଇକୋନରରୁ ସୋୟୁଜ MS-19 ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ ସମସ୍ତ କ୍ର୍ୟୁ ମେମ୍ବର । ଅଭିନେତ୍ରୀ ୟୁଲିଆ ପେରେସିଡ୍ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିପେନକୋ ଅକ୍ଟୋବର ୫ ରେ ଫିଲ୍ମ ସୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେଶ୍ ଷ୍ଟେସନରେ ସହାୟତା ଯୋଗାଇଥିବା ଜଣେ ଡାକ୍ତରଙ୍କ ଉପରେ ଆଧାରିତ । ଡାକ୍ତର ଭୂମିକାର ଅଭିନୟ କରୁଥିବା ୟୁଲିଆ ପେରେସିଡଙ୍କୁ ଜଣେ କ୍ରୁ ସଦସ୍ୟଙ୍କୁ ମହାକାଶ କକ୍ଷପଥରେ ଅପରେସନ୍ କରିବାକୁ ପଡେ । ଆଉ ସେଥିପାଇଁ ୟୁଲିଆ ପେରେସିଡ ମହାକାଶ ଯାତ୍ରା କରନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0