ଭୁବନେଶ୍ବର: ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ୧୪୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩କୁ ବୃଦ୍ଧି ପାଇଛି।ଏମାନଙ୍କ ଭିତରୁ ୫୪୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୮୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୯୯୨ ଥିବା ବେଳେ ଖୋର୍ଦ୍ଧାରେ ୪୭୦୩, କଟକରେ ୨୨୪୮, ଗଜପତିରେ ୧୬୦୧, ଯାଜପୁରରେ ୧୩୪୫, ବାଲେଶ୍ବରରେ ୧୦୧୨, ଜଗତସିଂହପୁର ଜିଲ୍ଲାରେ ୭୪୨, ପୁରୀରେ ୮୬୮, କେନ୍ଦ୍ରାପଡ଼ାରେ ୫୧୪, ଭଦ୍ରକ ଜିଲ୍ଲାରେ ୬୫୧, ସୁନ୍ଦରଗଡ଼ରେ ୧୫୧୧, ବଲାଙ୍ଗୀରରେ ୪୬୩, କନ୍ଧମାଳରେ ୬୧୬, ମୟୂରଭଞ୍ଜରେ ୬୯୨, ନୟାଗଡ଼ରେ ୬୬୪, କେନ୍ଦୁଝରରେ ୭୯୦, ନୂଆପଡ଼ାରେ ୧୫୦, ଝାରସୁଗୁଡ଼ାରେ ୩୨୩, ଢେଙ୍କାନାଳରେ ୩୫୮, କଳାହାଣ୍ଡିରେ ୨୫୫, ବରଗଡ଼ ଜିଲ୍ଲାରେ ୪୩୦, ଅନୁଗୁଳରେ ୩୫୪, ମାଲକାନଗିରିରେ ୫୯୦, ସମ୍ବଲପୁରରେ ୪୮୮, ଦେବଗଡ଼ରେ ୮୨, ବୌଦ୍ଧରେ ୧୫୧, ସୋନପୁର ଜିଲ୍ଲାରେ ୧୦୩, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୨୮୦ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ୍ ୨୧,୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୪୦୪ ରହିଛି। ଏଣେ ଓଡ଼ିଶାରେ ଏଯାବତ୍ ୧୯୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0