ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଭୂମି ପୂଜା ପାଇଁ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଏନେଇ ଏକ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଅଯୋଧ୍ୟାରେ ପହଞ୍ଚିବା ପରେ ସେ ପ୍ରଥମେ ହନୁମାନଗଢୀ ଯିବେ । ୫ ଅଗଷ୍ଟ ଦିନ ପୂର୍ବାହ୍ନ ୧୧.୧୫ ମିନିଟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ହନୁମାନଗଢୀ ରେ ପହଞ୍ଚିବେ । ସେଠାରେ ୭ ମିନିଟର କାର୍ଯ୍ୟକ୍ରମରେ ଯୋଗଦେବେ । ସେଥିରୁ ୩ ମିନିଟ ପୂଜାର୍ଚ୍ଚନା ପାଇଁ ରହିଥିବା ବେଳେ ୪ ମିନିଟ ଯିବା ଆସିବାର ସମୟ ନିର୍ଦ୍ଧାରଣ କରାଯାଇଛି । ପୂଜା ସମୟରେ ପ୍ରଧାନମନ୍ତ୍ରୀ ହନୁମାନଙ୍କର ପରିକ୍ରମା କରିବେ । କାର୍ଯ୍ୟକ୍ରମ ସ୍ଥଳରେ ଏକ ଛୋଟ ମଞ୍ଚ ନିର୍ମାଣ କରାଯାଇଛି । ଯେଉଁଠାରେ ମାତ୍ର ୫ଜଣ ସଦସ୍ୟ ଉପସ୍ଥିତ ରହିବେ । ଏମାନଙ୍କ ମଧ୍ୟରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନଦୀବେନ ପଟେଲ, ଆରଏସଏସ ପ୍ରମୁଖ ମୋହନ ଭାଗବନ ଏବଂ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଯୋଗ ଦେବେ । ଏଠାରେ କାର୍ଯ୍ୟକ୍ରମ ସମାପ୍ତ ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଭୂମିପୂଜା ନିମନ୍ତେ ପ୍ରସ୍ଥାନ କରିବେ । ମୋଦିଙ୍କ ଗସ୍ତକୁ ଆଖିରେ ରଖି ହନୁମାନଗଢୀରେ ଏସପିଜି ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।
ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବା ପରେ ମଧ୍ୟାହ୍ନ ୨ ଘଟିକା ସମୟରେ ଅଯୋଧ୍ୟାରୁ ଫେରିଆସିବେ ମୋଦି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଠରେ ନିର୍ମିତ ଦେଢପୁଟର ଏକ ଦୁଲ୍ଲଭ ଧନୁରଧାରୀ ରାମଙ୍କ ମୃର୍ତ୍ତି ଏବଂ ଏକଫୁଟ ବିଶିଷ୍ଟ ଏକ ଲବ-କୁଶ ଙ୍କ ପ୍ରତିମା ଉପହାର ସ୍ୱରୂପ ଦିଆଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0