ସୋମବାର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚତୁର୍ଥ ଥର ପାଇଁ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ରେ ପଚରାଉଚରା ପାଇଁ ସାମିଲ ହେଲେ ନାହିଁ । ସୋମବାର ଦିନ ଇଡିରେ ସେ ହାଜର ହେବାର ଥିଲେ ମଧ୍ୟ ସେ ଏଥର ଉପସ୍ଥିତ ରହିଲେ ନାହିଁ । ଏହାପୂର୍ବରୁ ଶନିବାର ମଧ୍ୟ ତାଙ୍କୁ ଡକାଯାଇଥିଲା । ଏହି ମାମଲାରେ ଅଭିନେତ୍ରୀ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଜ୍ୟାକଲିନଙ୍କ ଆର୍ଥିକ କାରବାର ଉପରେ ଇଡି ନଜର ରଖିଛି । ତାଙ୍କ କହିବାନୁସାରେ, ଜ୍ୟାକଲିନଙ୍କ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି । ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ଅଭିନେତ୍ରୀ ଇଡି ଅଧିକାରୀମାନଙ୍କୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଗତ ଚାରି ଦିନ ମଧ୍ୟରେ ତିନିଥର ଇଡି ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଡାକିଥିଲେ । କିନ୍ତୁ ସେ ସମସ୍ତ ତିନି ଦିନ – ୧୫ ଅକ୍ଟୋବର (ଶୁକ୍ରବାର), ୧୬ଅକ୍ଟୋବର (ଶନିବାର) ଏବଂ ୧୮ ଅକ୍ଟୋବର (ସୋମବାର) ରେ ଇଡିର ପଚରାଉଚରାକୁ ଏଡ଼ାଇ ଦେଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୫ରେ ଜ୍ୟାକଲିନ ପଚରାଉଚରା ପାଇଁ ଆସିନଥିଲେ । ସୂଚନାନୁସାରେ, ଜ୍ୟାକଲିନ ବ୍ୟକ୍ତିଗତ କାରଣ ଦର୍ଶାଇ କହିଛନ୍ତି ଯେ ସେ ଏହି ଯାଞ୍ଚରେ ଭାଗ ନେଇ ପାରିବେ ନାହିଁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0