ମଧ୍ୟପ୍ରଦେଶ ସରକାର ରାମାୟଣ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୁଇଜ ପ୍ରତିଯୋଗିତା କରିବେ। ଏହି ପ୍ରତିଯୋଗିତାରେ ଯେଉଁମାନେ ଜିତିବେ, ସେମାନଙ୍କୁ ମାଗଣାରେ ଅଯୋଧ୍ୟା ଯିବାକୁ ବିମାନ ଟିକେଟ ପୁରସ୍କାର ଆକାରରେ ମିଳିବ। ରବିବାର ସନ୍ଧ୍ୟାରେ ଇନ୍ଦୋରରେ ଥିବା ଡ. ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟନ କରି ରାଜ୍ୟର ପର୍ଯ୍ୟଟନ, ସାଂସ୍କୃତି ଓ ଧାର୍ମିକ ମନ୍ତ୍ରୀ ଉଷା ଠାକୁର ଏପରି ଘୋଷଣା କରିଛନ୍ତି। ଏବେ ମଧ୍ୟପ୍ରଦେଶ ସରକାର ରାମାୟଣ ଉପରେ କୁଇଜ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ କେମିତି ଆୟୋଜନ ହେବ, ସେ ବିଷୟରେ ବିସ୍ତୃତ ତଥ୍ୟ ମିଳିନାହିଁ। ସରକାରଙ୍କ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାମାୟଣର ବିଷୟ ବସ୍ତୁକୁ ନେଇ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ ପ୍ରତିଯୋଗିତା ମାନ ଆୟୋଜନ କରାଯିବ। ଏହି କୁଇଜ ପ୍ରତିଯୋଗିତାର ବିଜେତାଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଯିବାକୁ ବିମାନ ଟିକେଟ ଯୋଗାଇ ଦିଆଯିବ। ରବିବାର ଉଦଘାଟିତ ହୋଇଥିବା ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ୪ ଶିକ୍ଷାର୍ଥୀଙ୍କ ସମେତ ୮ ଜଣ ମନୋନୀତି ହେବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0