‘ଜାମିନ ନାମଞ୍ଜୁର ପରେ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଇନର ଗଳାବାଟ ଦେଇ ସେ କାର୍ଯ୍ୟ କରୁଛନ୍ତି।’ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛି ବିଜେପି। ବିଭୂ କହିଛନ୍ତି, ଚିଲିକା ବିଧାୟକ ଜଣେ ଅଭ୍ୟାସଗତ ଅପରାଧୀ। ସେ ଆଇନକୁ ଫାଙ୍କିବା ପାଇଁ ଓ ଜେଲ ନଯିବା ପାଇଁ ଚିକିତ୍ସା ନାଁରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ରହୁଛନ୍ତି। ଗୃହ ବିଭାଗ ତାଙ୍କୁ ଗିରଫ କଲା ନାହିଁ। ଅପରପକ୍ଷରେ ଶାସକ ଦଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରଶାନ୍ତ ଜଗଦେବଙ୍କୁ ଜେଲକୁ ନ ପଠାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ସରକାର ପ୍ରଶାନ୍ତ ଜଗଦେବଙ୍କୁ ନିଜ ଦଳରୁ ନିଲମ୍ବିତ କଲେ ମଧ୍ୟ ପରୋକ୍ଷରେ ସାହାଯ୍ୟ କରୁଛନ୍ତି। ସେ ଆହୁରି କହିଛନ୍ତି, ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ, ତାହା ପୁଲିସର ଦାୟିତ୍ୱ। ପୁଲିସ୍ ତା’ର ରେକର୍ଡ ରଖିବ। ପୁଲିସ୍ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ଏପରି କାର୍ଯ୍ୟ କରୁନାହାନ୍ତି । ଯଦି ଏଭଳି କେହି କରୁଥିବେ, ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆଜି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ ନେତୃତ୍ୱରେ ଏକ ଟିମ୍ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0