ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା, ଏଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କ ପୁଅକୁ ଗିରଫ ସହ ମନ୍ତ୍ରୀଙ୍କୁ ବହିଷ୍କାର ଦାବି ହୋଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତିନି କୃଷି ବିଲକୁ ବିରୋଧ କରିବା ସହ ପେଟ୍ରୋଲ ଡ଼ିଜେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ସଂଯୁକ୍ତ କୃଷକ ମୋର୍ଚ୍ଚାର ଯୁଧିଷ୍ଠିର ରାହୁଳ ଓ ପ୍ରମୋଦ ମହାନ୍ତି। ତେବେ ରେଳରୋକ କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର ଷ୍ଟେସନରେ କିରାଣ୍ଡଲ-ବିଶାଖାପାଟଣା ଟ୍ରେନକୁ ଅଟକାଇଛନ୍ତି। ଘଟଣାସ୍ଥଳରେ ଜୟପୁର ପୋଲିସ୍ ଓ ରେଳ ବିଭାଗ ପୋଲିସ ଉପସ୍ଥିତ ଅଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0