ନୂଆଦିଲ୍ଲୀ ୨୦/୧୦: ଚଳିତ ଟି-୨୦ ବିଶ୍ୱକପ୍ ର ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍ ରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ପାକିସ୍ତାନ ବିପକ୍ଷ ବହୁ ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ ବ୍ୟାଟିଂକ୍ରମକୁ ଚୂଡ଼ାନ୍ତ କରିବା ଲାଗି ଏହି ମ୍ୟାଚ୍ ଟିମ୍ ଇଣ୍ଡିଆକୁ ନିଶ୍ଚିତ ଭାବେ ଏକ ଭଲ ମଞ୍ଚ ପ୍ରଦାନ କରିବ । ଅବଶ୍ୟ ରୋହିତ ଶର୍ମା ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ବୋଲି ଅଧିନାୟକ କୋହଲି ପୂର୍ବରୁ ଘୋଷଣା କରିସାରିଛନ୍ତି।
ସେହିଭଳି ନିଜେ ତୃତୀୟ ସ୍ଥାନରେ ଖେଳିବେ ବୋଲି ମଧ୍ୟ କହିଛନ୍ତି କୋହଲି। ସେହି ଦୃଷ୍ଟିରୁ ବ୍ୟାଟିଂକ୍ରମର ଶୀର୍ଷ ୩ ସ୍ଥାନ ଲାଗି ଖେଳାଳି ଚୂଡ଼ାନ୍ତ ଆପାତତଃ ସରିସାରିଛି। ତେବେ ମଧ୍ୟକ୍ରମ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନକୁ ନେଇ କିଛିଟା ସଂଶୟ ଅଛି। ତେବେ ଅଲ୍ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ।
ଇଂଲଣ୍ଡ ବିପକ୍ଷରେ ଖୁବ୍ କମ୍ ସମୟ ପାଇଁ କ୍ରିଜ୍ ରେ ରହିଥିବା ହାର୍ଦିକ ସଂପ୍ରତି ବୋଲିଂ କରୁନଥିଲା ବେଳେ ତାଙ୍କୁ କେଉଁ ସ୍ଥାନରେ ଖଞ୍ଜାଯିବ ତାହା କୋହଲିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ବର କୁମାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୩ ୱିକେଟ୍ କରାୟତ୍ତ କରିଥିଲା ବେଳେ ଲେଗ୍ ସ୍ପିନର ରାହୁଲ ଚହର ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0