ବଲିଉଡ୍ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିକଟରେ ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ଏଥି ସହିତ ଠକେଇ ଅଭିଯୋଗ ମଧ୍ୟ ଆଣିଥିଲେ। ଏବେ ଏହି ପ୍ରସଙ୍ଗରେ ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଦମ୍ପତି ଶର୍ଲିନ ଚୋପ୍ରାଙ୍କ ଉପରେ ମାନହାନି ମକଦ୍ଦମା କରିଛନ୍ତି। ଦୁହେଁ ଶର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରେଇଛନ୍ତି। ଏଥି ସହିତ ଶର୍ଲିନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ଏବଂ ମିଥ୍ୟା ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, କୁନ୍ଦ୍ରା ଦମ୍ପତି ଶେର୍ଲିନଙ୍କ ବିରୋଧରେ ୫୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ସେମାନଙ୍କ ଅଫିସିଆଲି ବିବୃତ୍ତି ଅନୁଯାୟୀ, ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଶେର୍ଲିନ ଚୋପ୍ରାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା, ମନଗଢା ଅଟେ। ଏହି ଅଭିଯୋଗର କୌଣସି ପ୍ରମାଣ ନାହିଁ। ଶେର୍ଲିନ ଟଙ୍କା ଲୁଟିବା ଏବଂ ରାଜ-ଶିଳ୍ପାଙ୍କୁ ବଦନାମ କରିବା ପାଇଁ ଏସବୁ କରିଛନ୍ତି।
ଶେର୍ଲିନଙ୍କ ବିରୋଧରେ ହୋଇଥିବା ମାମଲାରେ ଏହା ମଧ୍ୟ କୁହାଯାଇଛି ଯେ ଏପ୍ରିଲ ମାସରେ ଶେର୍ଲିନ ଶିଳ୍ପା ଶେଟ୍ଟୀଙ୍କୁ କହିଥିଲେ, ସେ ଦେଇଥିବା ଅଭିଯୋଗ ମିଥ୍ୟା ଅଟେ ଏବଂ ଓକିଲ ରାଜଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଲେଖିବାକୁ କହିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0