ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା। ଲୋକଙ୍କ ପାଇଁ ତିଆରି କରିଥିବା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ବିଷୟରେ ବଡ଼ ଘୋଷଣା କଲେ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ, ମୁଁ ମୋର ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛି, ଯାହାର ନାମ ରହିଛି ‘ଟ୍ରୁଥ୍ ସୋସିଆଲ’। ସୂଚାନଯୋଗ୍ୟ ଟ୍ୱିଟର ଏବଂ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିବା ପରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବା ବିଷୟରେ କହିଛନ୍ତି। କମ୍ପାନି କହିଛି ଯେ ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବା ଯୋଜନା କରୁଛି ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ନ୍ୟୁଜ୍ ଏବଂ ପୋଡକାଷ୍ଟ ଅନ୍ତର୍ଭୂକ୍ତ ହେବ। ଟ୍ରମ୍ପ ତାଙ୍କ ବିବୃତିରେ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ବହୁତ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ବି ଚୁପ୍ ରହିଛନ୍ତି। ଏହା ଗ୍ରହଣୀୟ ନୁହେଁ। ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହିତ ସମାନ ହେବ, ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କର ଚିନ୍ତାଧାରା, ଫଟୋ ଏବଂ ଭିଡିଓ ସେୟାର କରିପାରିବେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0