ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରଠାରୁ ଅଭିନେତ୍ରୀ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି। ସାମନ୍ଥା ଏବଂ ନାଗାଙ୍କ ଛାଡପତ୍ର ପରଠାରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ମିଡିଆ ରିପୋର୍ଟରେ ଅଭିନେତ୍ରୀଙ୍କ ବିଷୟରେ ଆପତ୍ତିଜନକ କଥା କୁହାଯାଇଥିଲା। ଅଭିଯୋଗ ହୋଇଛି ଯେ ସାମନ୍ଥାଙ୍କ ଇମେଜକୁ ଖରାପ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ବିଭ୍ରାନ୍ତିକର ଏବଂ ଆପତ୍ତିଜନକ ଖବର ଚଳାଇଥିଲା। କେବଳ ଏତିକି ନୁହେଁ ସାମନ୍ଥା ଜଣେ ଓକିଲଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ଯେଉଁ ଓକିଲଙ୍କୁ ସାମନ୍ଥା ଆଇନଗତ ନୋଟିସ୍ ପଠାଇଛନ୍ତି ସେ ହେଉଛନ୍ତି ଭେଙ୍କଟା ରାଓ। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିପକ୍ଷ ଅଭିଯୋଗ ମଧ୍ୟରେ ସାମନ୍ଥା ଏକାକୀ ଦେଖାଯାଉଛି। ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ ଏବଂ ଶ୍ୱଶୁର ନାଗାର୍ଜୁନ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ବିଷୟରେ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଛାଡପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ତଙ୍କୁ ୨୦୦ କୋଟି ଟଙ୍କା ଏଲିମନି ରୂପେ ଅଫର୍ କରିଥିଲେ, ଯାହାକୁ ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ କୁହାଯାଉଛି ଯେଉଁମାନେ ତାଙ୍କ ବିଷୟରେ ନକଲି, ବିଭ୍ରାନ୍ତକାରୀ ଏବଂ ଆପତ୍ତିଜନକ କଥା ବିସ୍ତାର କରିଥିଲେ ସେମାନଙ୍କ ବିରୋଧରେ ଅଭିନେତ୍ରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ୟୁଟ୍ୟୁବ ଚ୍ୟାନେଲ ସୁମନ ଟିଭି, ତେଲୁଗୁ ପପୁଲାର୍ ଟିଭି ଏବଂ ଅନ୍ୟ କେତେକ ୟୁଟ୍ୟୁବ ଚ୍ୟାନେଲକୁ ଆଇନଗତ ନୋଟିସ ପଠାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0