ପରଦାକୁ ଆସିବ ଫିଲ୍ମ ‘ସତ୍ୟମେବ ଜୟତେ ୨’ । ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି ଫିଲ୍ମରେ ଲିଡ ରୋଲରେ ଥିବା ଅଭିନେତା ଜନ୍ ଆବ୍ରାହମ୍ । ଜନ୍ ସବୁବେଳେ ନିଜର ଫିଟନେସକୁ ନେଇ ତାଙ୍କର ପ୍ରିୟ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି। ତାଙ୍କର ପ୍ରତିଟି ଫିଲ୍ମରେ କିଛି ନୂଆ ଝଲକ ଦେଖିବାକୁ ମିଳିଥାଏ। ଜନ୍ ଫିଲ୍ମର ଏକ ଜବରଦସ୍ତ ଟିଜର ସେୟାର କରିଛନ୍ତି। ଏହି ଟିଜରରେ ଜନ୍ ଦୁଇ ଜଣ ଲୋକଙ୍କୁ ଉଠାଉଥିବା ନଜର ଆସିଛନ୍ତି। ଏଥିରେ ତାଙ୍କର ଭଲ ବଡି ଏବଂ ମସଲ୍ସ ଦେଖିପାରିବେ। ଜନ ଆବ୍ରାହମଙ୍କ ପଛରେ ଅଶୋକ ଚକ୍ର ରହିଛି। ସେହିଭଳି ଏଥିରେ ସେ ଘୋଷଣା କରିଛନ୍ତି ଯେ, ସତ୍ୟମେବ ଜୟତେ ୨ ଆସନ୍ତା ୨୫ନଭେମ୍ବରରେ ହଲରେ ରିଲିଜ ହେବ। ଏହି ଫିଲ୍ମ ଭୂଷର କୁମାର, କୃଷ୍ଣ କୁମାରଙ୍କ ଟି-ସିରିଜ, ମୋନିଶା ଆଡଓ୍ବାଡ଼ୀ, ମଧୁ ଭୋଜଓ୍ବାନୀ ଏବଂ ନିଖିଲ ଆଡଓ୍ବାନୀଙ୍କ ଏମ୍ମେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି। ଫିଲ୍ମର ନିର୍ଦ୍ଦେଶନା ମିଲାପ ମିଲନ ଜାବେରୀ କରିଛନ୍ତି। ଫିଲ୍ମରେ ଜନ ଆବ୍ରାହମ୍ ମୁଖ୍ୟ ଭୂମିକା ନିଭାଇଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର। ସତ୍ୟମେବ ଜୟତେରେ ଜନ୍ ଆବ୍ରାହମ୍ ଆଣ୍ଟି-ହିରୋ ଭୂମିକାରେ ନଜର ଆସିଥିଲେ। ଜନ୍ ସବୁବେଳେ ନିଜର ଫିଟନେସକୁ ନେଇ ତାଙ୍କର ପ୍ରିୟ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି। ତାଙ୍କର ପ୍ରତିଟି ଫିଲ୍ମରେ କିଛି ନୂଆ ଝଲକ ଦେଖିବାକୁ ମିଳିଥାଏ। ସେହିଭଳି ଆଗାମୀ ଫିଲ୍ମରେ ନିଜ ଫ୍ୟାନ୍ସମାନଙ୍କ ଲାଗି କ’ଣ ରହିବ ନୂଆ ତଡ଼କା ତାହା ସମସ୍ତଙ୍କ ନଜର।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0