spot_img

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲ । ଗତ ୩ ଦିନ ହେଲା ପ୍ରବଳ ବର୍ଷା ହେବା ଫଳରେ ୭୦ ଜଣଙ୍କ ଜୀବନ ଯାଇଛି । ଏବେ ବି ୧୧ ଜଣ ନିଖୋଜ ଅଛନ୍ତି । ରାଜ୍ୟରେ ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି । ସେପଟେ ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ବରଫପାତ ଯୋଗୁଁ ଆଜି ୩ଟି ପୃଥକ ସ୍ଥାନରେ ୧ଟ୍ରେକରଙ୍କ ସମେତ ୧୩ ଜମଙ୍କ ମୃତ୍ୟୁ ହୋଇଛି । ମୃତକଙ୍‌କ ମଧ୍ୟରେ ୩ ଜଣ ଆଇଟିବିପିର ପୋର୍ଟର ଅଛନ୍ତି । ସେମାନେ ଉତ୍ତରକାଶୀ ଜିଲ୍ଲା ଭାରତ-ଚୀନ୍ ସୀମାରେ ମୁତୟନ ହୋଇଥିଲେ । ସବୁଠୁ ଖରାପ ପ୍ରଭାବିତ ହୋଇଥିବା କୁମାଓଁରେ ଏଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁମାଓଁ ଅଞ୍ଚଳରେ ମୋଟ୍ ୨୪ ଘରୋଇ ଟ୍ରେକରଙ୍କ ସମେତ ୬୦ ଜଣ ନିଖୋଜ ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୬ ଜଣ ବିଦେଶା ନାଗରିକ ଏବଂ ୩୦ ଜଣ ସ୍ଥାନୀୟ ଗ୍ରାମବାସୀ ଥିଲେ । ଏବେ ସୁଦ୍ଧା ୪ ଟ୍ରେକରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ନୈନିତାଲରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅଲ୍‌ମୋରାରେ ୬, ଚମ୍ପାୱତରେ ୮, ଉଧମ ସିଂହ ନଗରରେ ୨ ଏବଂ ବାଗେଶ୍ୱରରେ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular