ଇସଲାମାବାଦ- ତାଲିବାନ୍ ଉପରେ ଆଲୋଚନା ପାଇଁ ଭାରତର ଆଫଗାନୀସ୍ତାନର ବିଭିନ୍ନ ପଡୋଶୀ ଦେଶକୁ ଆମନ୍ତ୍ରଣ କରିଛି । ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମୁଦ କୁରେଶୀ ଏ ବିଷୟରେ ସୂଚନା ଦେଇଛନ୍ତି । ଆଫଗାନୀସ୍ତାନରେ ବର୍ତ୍ତମାନର ଅବସ୍ଥା ଏବେ ଶାସନ ବ୍ୟାବସ୍ଥା ବିଷୟରେ ଦିଲ୍ଲୀରେ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିବା କୁରେଶୀ ସୂଚନା ଦେଇଛନ୍ତି । ଠିକ୍ ସମରେ ପିକିସ୍ତାନ ଏବିଷୟରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଭାରତ ଇରାନ୍ ସହ ଆଫଗାନୀସ୍ତାନର ଅନ୍ୟ ପଡୋଶୀ ଦେଶମାନଙ୍କୁ ଅକ୍ଟୋବର ୨୭ ତାରିଖ ଦିନ ଆଲୋଚନା ପାଇଁ ଡାକିଛି । ରୁଷ୍ ମଧ୍ୟ ଏହି ବୈଠକରେ ଅଂଶ ଗ୍ରହଣ କରିବ । ଚୀନ୍,ପାକିସ୍ତାନ, ତାଜକିସ୍ତାନ ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନର ବିଦେଶମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ । କୁରେଶୀ ଏକ ଦିନିଆ କାବୁଲ୍ ଯାତ୍ରାରେ ଯାଇଥିଲେ । ଏହାପରେ ସେ ଇସଲାମାବାଦରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ ଏବିଷୟରେ ସୂଚନା ଦେଇଥିଲେ । ଭାରତ ଆଫଗାନୀସ୍ତାନର ସ୍ଥିତି ଏବଂ ତାଲିବାନ ବିଷୟରେ ଆଲୋଚନା ପାଇଁ ଏକ ବୈଠକ ଡକାଇଥିବା କୁରେଶୀ ପ୍ରକାଶ କରିଛନ୍ତି । ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେତେ ଭଲ ସମ୍ପର୍କ ନାହିଁ । ସେ ଆଫଗାନୀସ୍ତାନରେ ଶାସନ ବଦଳିବା ପରେ ତାଲିବାନ ପକ୍ଷରୁ ନିଯୁକ୍ତ ପ୍ରଧାନମନ୍ତ୍ରୀ ମୁଲ୍ଲ ହସଲ ଅଖୁନ୍ଦଙ୍କ ସହ ବୈଠକ କରି ଫେରିଛନ୍ତି । ତେବେ ପାକିସ୍ତାନ ସରକାର ଆଲୋଚନ କରିବା ପରେ ଏହି ବୈଠକରେ ଭାଗ ନେବେ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0