ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ହମଲା ହୋଇଛି। ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ସେହିପରି ସୁସ୍ମିତାଙ୍କୁ ରାଜନୀତିକ ପ୍ରଚାରରେ ସହଯୋଗ କରୁଥିବା ଗୋଟିଏ ଘରୋଇ କମ୍ପାନୀର କିଛି କର୍ମଚାରୀ ଆହତ ହୋଇଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଟିଏମସିର ଲୋଗ ଓ ଲାଉଡ ସ୍ପିକର ଲାଗିଥିବା ଗୋଟିଏ ଏସ୍ୟୁଭି ଦୁର୍ବୃତ୍ତଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଟିଏମସିରେ କହିଛି, ଆଜି ସୁସ୍ମିତା ଦେବ ଓ ଦଳର ୧୦ ଜଣ କର୍ମକର୍ତ୍ତା ଯାଉଥିବା ବେଳେ ବିଜେପିର ଗୁଣ୍ଡାମାନେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ସୁସ୍ମିତା ଦେବ ମହିଳା କଂଗ୍ରେସ ମୁଖ୍ୟ ଭାବେ କାମ କରୁଥିଲେ। କିଛି ଦିନ ତଳେ ସେ କଂଗ୍ରେସ ଛାଡ଼ି ଟିଏମସିରେ ମିଶିଥିଲେ। ଏହାପରେ ଟିଏମସି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯାଇଛି। ସେହିପରି ଟିଏମସିର ତ୍ରିପୁରା ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯାଇଛି। ତ୍ରିପୁରାରେ ଟିଏମସିର ପ୍ରଚାର ଓ କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ କରୁଥିବା ସୁସ୍ମିତା ଏପରି ହମଲା ପଛରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି। ଆଜି ସୁସ୍ମିତା ଦେବ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟି ବା ଆଇ-ପିଏସିର କର୍ମଚାରୀଙ୍କ ସହ ରହିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି |



Visitors Today : 1
Total Visitors : 130303
Total Views : 9891806
Visitors Online Now : 0