ଜଳବାୟୁ ପରିବର୍ତ୍ତନଜନିତ ‘ପ୍ରଭାବିତ ରାଷ୍ଟ୍ର’ ବର୍ଗରେ ବାଇଡେନ୍ ପ୍ରଶାସନ ଭାରତ ସମେତ ୧୧ଟି ରାଷ୍ଟ୍ରକୁ ତାଲିକାଭୁକ୍ତ କରିଛି। ‘ଆମେରିକାନ୍ ଇଣ୍ଟେଲିଜେନ୍ସ୍ କମ୍ୟୁନିଟି’ ଆକଳନ ଅନୁସାରେ, ଉପରୋକ୍ତ ୧୧ଟି ଦେଶ ବିଶ୍ୱ ତାପମାନ ଯୋଗୁଁ ସୃଷ୍ଟ ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଏବଂ ଜଳ ଓ ଶକ୍ତି ସଙ୍କଟର ସମ୍ମୁଖୀନ ହେବେ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସୁହାଇବା ପାଇଁ ଭାରତ ସମେତ ଏହି ୧୧ଟି ରାଷ୍ଟ୍ରରେ ଆର୍ଥିକ କିଂବା ପ୍ରଶାସନିକ ସାମର୍ଥ୍ୟ ରହିବ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ସବୁ ଦେଶରେ ତାପମାତ୍ରା ଅଧିକ ଉଷ୍ମ, ପାଗ ଖରାପ ହେବା ସହ ଶକ୍ତି, ଖାଦ୍ୟ, ଜଳ ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ। ଭିନ୍ନ ଏକ ‘ଫ୍ୟାକ୍ଟ୍ ସିଟ୍’ରେ ହ୍ଵାଇଟ୍ ହାଉସ୍ ମଧ୍ୟ କହିଛି ଯେ, ଜଳବାୟୁ ପରିବର୍ତ୍ତନ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ସ୍ୱାର୍ଥ ପ୍ରତି ଆହ୍ଵାନ ଭାବେ ଉଭା ହୋଇପାରେ। ୧୬ଟି ‘ଗୁଇନ୍ଦା ଏଜେନ୍ସି’ଙ୍କ ତତ୍ତ୍ୱାବଧାନ କରୁଥିବା ‘ୟୁଏସ୍ ଅଫିସ୍ ଅଫ୍ ଦି ଡାଇରେକ୍ଟର୍ ଅଫ୍ ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍’ ପ୍ରଥମ କରି ଜଳବାୟୁ ପରିବର୍ତ୍ତନ ଉପରେ ‘ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍ ଏଷ୍ଟିମେଟ୍’ର ସଙ୍କଳନ କରିଛି। ଗୁରୁବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଆଫ୍ରିକୀୟ ମହାଦେଶରେ ଦୁଇଟି ଅଞ୍ଚଳ ମଧ୍ୟ ନାମିତ ହୋଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0