spot_img

ହିନ୍ଦୁ ହୋଇଥିବାରୁ ମୁଁ ଲଜ୍ଜିତ : ସ୍ଵରା ଭାସ୍କର

ନୂଆଦିଲ୍ଲୀର ଗୁରୁଗ୍ରାମର ସେକ୍ଟର-୧୨ରେ ନମାଜ ପାଠକୁ ବିରୋଧ କରି ବଜରଙ୍ଗ ଦଳର କର୍ମକର୍ତ୍ତା ଦେଇଥିବା ଜୟ ଶ୍ରୀରାମ ନାରାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଗତକାଲି ମୁସଲିମ ସଂପ୍ରଦାୟର ଲୋକମାନେ ଗୁରୁଗ୍ରାମର ସେକ୍ଟର-୧୨ରେ ଥିବା ଗୋଟିଏ ଘରୋଇ ଜମିରେ ଶାନ୍ତିପୂର୍ଣ୍ଣ ଭାବେ ନମାଜ ପାଠ କରୁଥିଲେ। ଏହି ସମୟରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସହ କିଛି ଲୋକ ଏହାକୁ ବିରୋଧ କରି ଜୟ ଶ୍ରୀରାମ ନାରା ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏଥିସହ ଏହାର ଭିଡିଓକୁ ନିଜ ଟ୍ୱିଟର ପେଜ୍‌ରେ ଅପଲୋଡ କରି ହିନ୍ଦୁ ହୋଇଥିବାରୁ ଖୁବ୍‌ ଲଜ୍ଜିତ ଅନୁଭବ କରୁଥିବା ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ପୁରା ଘଟଣାକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଅଭିନେତ୍ରୀଜଣକ। ବିକ୍ଷୋଭକାରୀମାନେ ସରକାରୀ ଜମିରେ ସମୂହ ନମାଜ ପାଠକୁ ବନ୍ଦ କରିବା ସହ ଘର ଭିତରେ ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଗତକାଲି ସାମ୍ନାକୁ ଆସିଥିବା ଭିଡିଓରେ ମୁସଲିମ ସଂପ୍ରଦାୟର ଲୋକମାନେ ସେକ୍ଟର ୧୨ରେ ନମାଜ ପାଠ କରୁଥିବା ବେଳେ ରାଜ୍ୟର ରାପିଡ ଆକ୍ସନ ଟିମ୍‌ର ସଦସ୍ୟମାନେ ସେଠାରେ ଉପସ୍ଥିତ ରହିଥିଲେ। ମୁସଲିମମାନେ ସମୂହ ନମାଜ ପାଠ କରୁଥିବା ବେଳେ ବ୍ୟାରିକେଡ୍‌ ବାହାରେ ସେମାନଙ୍କୁ ବିରୋଧ କରି କିଛି ଲୋକ ଜୟଶ୍ରୀରାମ ନାରା ଦେଇଥିଲେ। ସ୍ୱରାଙ୍କ ଏହି ଟ୍ୱିଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ୟୁଜର ତାଙ୍କୁ ସପୋର୍ଟ କରିଥିବା ବେଳେ ଆଉ କିଛି ତାଙ୍କ କମେଣ୍ଟକୁ ନାପସନ୍ଦ କରିଛନ୍ତି। ଏପରିକି ଜଣେ ୟୁଜର ଲେଖିଛନ୍ତି ପ୍ରତି ସପ୍ତାହରେ ସର୍ବସାଧାରଣ ଜାଗାରେ ପ୍ରାର୍ଥନା ବାହାନାରେ ଅନ୍ୟମାନଙ୍କ ଶାନ୍ତି ଭଙ୍ଗ କରିବା କ’ଣ ଆପଣଙ୍କ ପାଇଁ ଗର୍ବର ବିଷୟ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular