ଟଲିଉଡ଼ ସୁନ୍ଦରୀ ସମନ୍ଥା ନିଜ ବିବାହ ବିଚ୍ଛେଦ ସମ୍ପର୍କରେ ଘୋଷଣା କରିବା ପରଠୁ ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ଅନ୍ୟତ୍ର ରିଲେସନ୍ ଯୋଗୁ ସମନ୍ଥା ନିଜ ଘର ଭାଙ୍ଗିଥିବା ନେଇ ସୋଶାଲ ମିଡିଆରେ ଭିନ୍ନ ଭିନ୍ନ ଖବର ପ୍ରସାରିତ ହେଉଛି। ଏପରିକି ବହୁ ଚ୍ୟାନେଲ ପକ୍ଷରୁ ତାଙ୍କୁ ନିଜର ଭିନ୍ନ ଭିନ୍ନ ସହକର୍ମୀଙ୍କ ସହ ଯୋଡ଼ିବାକୁ ପଛାଉ ନାହାନ୍ତି। ନିଜ ଛବିକୁ ଖରାପ କରିବାକୁ ବିଭିନ୍ନ ସମୟରେ ପ୍ରକାଶିତ ହେଉଥିବା ନକରାତ୍ମକ ଖବରକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ଏହି ଆଗ ଧାଡ଼ିର ଅଭିନେତ୍ରୀ । ନିଜ ଲିଙ୍କ-ଅଫ୍ ଖବର ଶୁଣି ଶୁଣି ଅତିଷ୍ଠ ହୋଇ ପଡ଼ିଥିବା ସମନ୍ଥା ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଆପତ୍ତିଜନକ ଖବର ପ୍ରସାରଣ କରୁଥିବା ଅଭିଯୋଗରେ ଏକ ୟୁ-ଟ୍ୟୁବ ଚ୍ୟାନେଲ ଓ ଏହାର ଜଣେ କର୍ମଚାରୀଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। କିନ୍ତୁ ସମନ୍ଥାଙ୍କ ପକ୍ଷ ଶୁଣିବା ପରେ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ସମନ୍ଥା ଏହି ଘଟଣାରେ କ୍ଷମା ପ୍ରାର୍ଥନା ପାଇଁ ଆବେଦନ କରିବା ଉଚିତ, ନଚେତ ମାନହାନୀ ମକଦ୍ଦମା। କୋର୍ଟଙ୍କ କହିବାମୁତାବକ, ଅଭିନେତ୍ରୀଜଣକ ସମ୍ପୃକ୍ତ ୟୁ-ଟ୍ୟୁବ୍ ଚ୍ୟାନେଲର କଣ୍ଟେଣ୍ଟ ମୁଖ୍ୟ, କର୍ମଚାରୀ ଓ ମିଡିଆ ଆଉଟଲେଟକୁ ପକ୍ଷଭୁକ୍ତ କରି ସେମାନଙ୍କ ବିରୋଧରରେ କ୍ଷମା ପ୍ରାର୍ଥନା ପାଇଁ ଆବେଦନ କରିବା ଉଚିତ। ସେଲିବ୍ରିଟିମାନେ ପବ୍ଲିକ ପ୍ଲାଟଫର୍ମରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଫ୍ୟାନ୍ସଙ୍କୁ ଅବଗତ କରାଉଥିବା ବେଳେ ପରେ ମାନହାନୀ ମକଦ୍ଦମା ରୁଜୁ କରୁଛନ୍ତି। ହେଲେ କୋର୍ଟ ସମ୍ମୁଖରେ ସମସ୍ତେ ସମାନ । କୋର୍ଟ ଆଗରେ କେହି ବଡ଼ କିମ୍ବା ଛୋଟ ନୁହନ୍ତି। କୋର୍ଟଙ୍କ ନିୟମ ଅନୁଯାୟୀ, ସମନ୍ଥାଙ୍କ କେସ୍ର ଶୁଣାଣି କରାଯିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0