spot_img

ମମିତାଙ୍କ ଘରେ ମହିଳା କମିସନ

ବଲାଙ୍ଗୀରରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା । ରାଜ୍ୟ ମହିଳା କମିଶନର ଚାରି ଜଣିଆ ଟିମ୍ ସମେତ ଅଧ୍ୟକ୍ଷା ମିନତୀ ବେହେରା ବଲାଙ୍ଗୀର ଯାଇ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଛନ୍ତି । ମମିତାଙ୍କ ପରିବାରକୁ ଦେଖା କରିବା ପରେ ମହିଳା କମିଶନ ଅଧ୍ୟକ୍ଷା ମହାଲିଙ୍ଗ ଯିବେ । ସେଠାରେ ମମିତାଙ୍କ ମୃତଦେହ ପୋତା ଯାଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଏବଂ ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ ଦେବେ । ଅନ୍ୟପକ୍ଷରେ ଶନିବାର ଏକ ବଡ଼ ଖବର ସାମନାକୁ ଆସିଛି । ଚର୍ଚ୍ଚାକୁ ଆସିଲା ରୁମ ନଂ ୨୦ । ଯୁକ୍ତ ୩ ଲେଡିଜ ହଷ୍ଟେଲର ରୁମ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ହଷ୍ଟେଲ ତମାମ ସବୁ ରୁମରେ ଗୋଟିଏ ପ୍ରକାର ତାଲା ପଡ଼ିଛି । ମାତ୍ର ଚର୍ଚ୍ଚାରେ ଥିବା ରୁମ ନଂ ୨୦ରେ ଅଲଗା ତାଲା ପଡ଼ିଛି । ରୁମ ନଂ ୨୦ରେ ଗୋବିନ୍ଦ ସାହୁ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା କରାଯାଉଛି । ପୁଲିସ କାହିଁକି ରୁମ ନଂ ୨୦ର ତଲାସୀ କରୁନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ମହିଳା କମିଶନ ଅଧ୍ୟକ୍ଷା ଭେଟିବା ପରେ ମମିତାଙ୍କ ବାପା କହିଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛୁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଫାଶିଦଣ୍ଡ ଦେବାକୁ ଦାବି କରୁଛୁ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଫାଶିଦଣ୍ଡ ଦିଆଯାଉ । ଏକମାତ୍ର ରୋଜଗାରିଆ ଝିଅର ମୃତୁ୍ୟ ପରେ ଭାଙ୍ଗି ପଡ଼ିଛୁ । ଘରର ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ପୁଅକୁ ଚାକିରି ଦିଆଯାଉ ବୋଲି ମମିତାଙ୍କ ବାପା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular