ଏଇଟା ପ୍ରଯୋଜନା ସଂସ୍ଥାନ ନୁହେଁ ବୋଲି ଶୁକ୍ରବାର ଦିନ ନିର୍ଦ୍ଧାରିତ ସମୟ ଠାରୁ ୩ ଘଣ୍ଟା ବିଳମ୍ବରେ ‘ଏନ୍ସିବି’ କାର୍ଯ୍ୟାଳୟରେ ପହଞ୍ଚିଥିବା ଅନ୍ୟା ପାଣ୍ଡେଙ୍କୁ ଜୋନାଲ୍ ଡାଇରେକ୍ଟର୍ ସମୀର ଓ୍ଵାଙ୍ଖେଡ଼େ ଭର୍ତ୍ସନା କରି କହିଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ୩ ଘଣ୍ଟା ବିଳମ୍ବରେ ହାଜର ହୋଇଥିବାରୁ ‘ଏନ୍ସିବି’ ଜୋନାଲ୍ ନିର୍ଦେଶକ ସମୀର ଓ୍ଵାଙ୍ଖେଡ଼େ ଅନନ୍ୟାଙ୍କୁ ଗାଳି ଦେଇଥିବା କୁହାଯାଉଛି। ସେ କହିଥିଲେ, ଏଇଟା ପ୍ରଯୋଜନା ସଂସ୍ଥାନ ନୁହେଁ, କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ। ଗତକାଲି ତାଙ୍କ ସହ ପିତା ଚଙ୍କି ପାଣ୍ଡେ ମଧ୍ୟ ସେଠାକୁ ଯାଇଥିଲେ। ‘ଏନ୍ସିବି’ ଅନନ୍ୟାଙ୍କ ଲାପ୍ଟପ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ‘ମୁମ୍ବାଇ ଡ୍ରଗ୍ କେସ୍’ ସହ ସମ୍ପୃକ୍ତ ଥିବା ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟବାର ପଚରାଉଚରା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୧ଟା ପୂର୍ବରୁ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ, ସେ ଅପରାହ୍ଣ ୨ଟାରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ଅନନ୍ୟାଙ୍କୁ ମୁମ୍ବାଇସ୍ଥିତ ‘ଏନ୍ସିବି’ କାର୍ଯ୍ୟାଳୟରେ ୪ ଘଣ୍ଟା ଧରି ଜେରା କରାଯାଇଥିଲା। ସେ ଗଞ୍ଜେଇ ଟାଣନ୍ତି ନାହିଁ ଏବଂ ଭାରତରେ ଗଞ୍ଜେଇକୁ ‘ଡ୍ରଗ୍’ ବୋଲି ବିବେଚନା କରାଯାଏ ବୋଲି ଜାଣି ନ ଥିବା କଥା ଅନନ୍ୟା କହିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0