ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ରାଜ୍ୟର ମହିଳାମାନଙ୍କୁ ସନ୍ଧ୍ୟା ୫ ପରେ ଥାନାକୁ ନଯିବା ପାଇଁ ଉପଦେଶ ଦେଇଛନ୍ତି । ରାତି ହୋଇଗଲେ ଥାନାକୁ ଯିବା ଅନୁଚିତ ବୋଲି ସେ କହିଛନ୍ତି। ଏହା ପରେ ପୂର୍ବତନ ରାଜ୍ୟପାଳଙ୍କ ବୟାନକୁ ନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ବେବିରାଣୀଙ୍କ ଝିଅମାନଙ୍କ ଦୁଃଖକୁ ନେଇ ଏହି ମନ୍ତବ୍ୟ ଯୋଗୀ ସରକାରଙ୍କ ପୋଲ୍ ଖୋଲିଦେଇଛି ବୋଲି ସେ ଟ୍ବିଟ କରି କହିଛନ୍ତି । ଏହା ପୂର୍ବରୁ କିମ୍ବା ସକାଳ ହେଲେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ବେବିରାଣୀ ରାଜ୍ୟର ଯୁବତୀ-ମହିଳାମାନଙ୍କୁ ଉପଦେଶ ଦେଇଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ଏବେ ଭାଇରାଲ୍ ହେଉଛି। ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବେବିରାଣୀ ମୌର୍ଯ୍ୟ କହିଛନ୍ତି, ଥାନାରେ ଜଣେ ମହିଳା ଅଧିକାରୀ ଏବଂ ଏସଆଇ ରହୁଛନ୍ତି ସତ କିନ୍ତୁ ଗୋଟିଏ କଥା କହିବି ସନ୍ଧ୍ୟା ୫ ପରେ ରାତିରେ ଏକା ଥାନାକୁ ଯାଆନ୍ତୁ ନାହିଁ। ତାପର ଦିନ ସକାଳେ ଥାନାକୁ ଯାଆନ୍ତୁ। ଯଦି ଅତ୍ୟାବଶ୍ୟକ ପଡ଼େ ତେବେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0