ଆଜି କଳାହାଣ୍ଡି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଛୁଆବର୍ଗ ସମୂହ ପକ୍ଷରୁ ଡାକରା ଦିଆଯାଇଥିବା ଏହି ବନ୍ଦର ପ୍ରଭାବ ସାରା ଜିଲ୍ଲାରେ ଦେଖିବାକୁ ମିଳିଛି। ଏଥିରେ ସାଧାରଣଜୀବନଯାତ୍ରା ପ୍ରଭାବିତ ହୋଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ଦୋକାନବଜାର ବନ୍ଦ ରହିଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ପଛୁଆବର୍ଗଙ୍କୁ ଉପେକ୍ଷା ହୋଇଥିବା ନେଇ ବନ୍ଦ ପାଳନ କରାଯାଉଛି। ୭୩ତମ ସମ୍ବିଧାନ ସଂଶୋଧନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ବିଭିନ୍ନ ପଦ ପଦବିରେ ୨୭ ପ୍ରତିଶତ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି। ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନମାନଙ୍କରେ ସଂରକ୍ଷଣ ସୁବିଧା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ୩୬ଟି ଜିଲ୍ଲା ପରିଷଦ ସଭ୍ୟ ଏବଂ ୧୩ଟି ବ୍ଲକ୍ ଅଧ୍ୟକ୍ଷ ଆସନ ରହିଛି। ସେଥିମଧ୍ୟରୁ ପଛୁଆବର୍ଗ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ମଧ୍ୟ ଆସନ ସଂରକ୍ଷଣ ରଖାଯାଇ ନାହିଁ। ଜାଣିଶୁଣି ପଛୁଆବର୍ଗଙ୍କୁ ରାଜନୈତିକ ଏବଂ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଛି। ସେହିପରି ସ୍କୁଲ ଓ କଲେଜ ବନ୍ଦ ରହିଛି। ଜିଲ୍ଲା ଭିତରେ ବସ୍ ଚଳାଚଳ ବ୍ୟାହତ ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0