spot_img

ଆଜି ଘୋଷଣା ହେବ ୨ ନୂତନ ଆଇପିଏଲ୍ ଦଳ

ଆଇପିଏଲର ଆସନ୍ତା ସଂସ୍କରଣରେ ୨ଟି ନୂଆ ଦଳ ସାମିଲ ହେବେ, ଫଳରେ ଆଇପିଏଲ୍ ଦଳ ସଂଖ୍ୟା ୧୦କୁ ବୃଦ୍ଧି ପାଇବ। ଏ ସଂକ୍ରାନ୍ତୀୟ ‌ଘୋଷଣା ଆଜି କରାଯିବ। ନୂଆ ଦଳ ପାଇଁ ଦୁବାଇରେ ଆଜିଠୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଅହମଦାବାଦ୍, ଲକ୍ଷ୍ନୌ, ଇନ୍ଦୋର, ଗୌହ୍ବାଟି ଏବଂ କଟକରୁ ନୂତନ ଆଇପିଏଲ୍ ଦଳ ଆତ୍ମପ୍ରକାଶ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ନିଲାମୀ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ଭର କରୁଛି। ନିଲାମରେ ଦେଶର ସବୁଠୁ ନାମୀଦାମୀ କମ୍ପାନୀ ଭାଗ ନେଉଥିବାରୁ ବିସିସିଆଇ ଅଧିକ ଆୟ କରିବା ସମ୍ଭାବନା ମଧ୍ୟ ରହିଛି । ଏଥର ଓଡ଼ିଶାରୁ ଏକ ନୂଆ ଆଇପିଏଲ୍ ଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ଶିଳ୍ପପତି ନବୀନ ଜିନ୍ଦଲ ମଧ୍ୟ ନିଲାମରେ ଭାଗ ନେଉଛନ୍ତି । ସେ ନିଲାମରେ ସଫଳ ହେଲେ କଟକରୁ ଏହି ଦଳ ଖେଳିବା ସମ୍ଭାବନା ରହିଛି । ନୂଆ ଦଳ ବିକ୍ରିରୁ ବିସିସିଆଇ ୭ ହଜାରରୁ ୧୦ ହଜାର କୋଟି ଟଙ୍କା ପାଇବାକୁ ଆଶା ରଖିଛି । ୨ଟି ନୂତନ ଦଳ ଲାଗି ୨୨ଟି କମ୍ପାନୀ ଟେଣ୍ଡର କାଗଜପତ୍ର କିଣିଛନ୍ତି । ପ୍ରତ୍ୟେକ କମ୍ପାନୀ ୧୦ ଲକ୍ଷ ଟଙ୍କା ଦେଇ ଟେଣ୍ଡର କାଗଜପତ୍ର କ୍ରୟ କରିଛନ୍ତି । ବିସିସିଆଇ ପ୍ରତି ଫ୍ରାଂଚାଇଜିର ବେସ୍ ପ୍ରାଇସ୍ ୨ ହଜାର କୋଟି ରଖିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular