ଆର୍ଯ୍ୟନ୍ ଖାନ୍ଙ୍କୁ ଛାଡ଼ିବା ଲାଗି ଅନ୍ୟ ଜଣେ ସାକ୍ଷୀଙ୍କ ମାଧ୍ୟମରେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର କ୍ଷେତୀୟ ନିର୍ଦେଶକ ସମୀର ଓ୍ଵଙ୍ଖେଣ୍ଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା କଥା ଜଣେ ସାକ୍ଷୀ ଅଭିଯୋଗ କରିବା ପରେ ‘ଏନ୍ବିସି’ ସୀମରଙ୍କ ବିପକ୍ଷରେ ଭିଜିଲନ୍ସ୍ ତଦନ୍ତ କରିବାକୁ ଆଦେଶ ଦେଇଛି। ପ୍ରଭାକର ସେଲ୍ ନାମରେ ଜଣେ ସ୍ୱାଧୀନ ସାକ୍ଷୀ ରବିବାର ଦିନ ଲାଞ୍ଚ କାରବାର କଥା ଉଠାଇବାରୁ ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲା’ ଭିନ୍ନ ମୋଡ଼ ନେଇଛି। ଘରୋଇ ତଦନ୍ତକାରୀ କେ.ପି. ଗୋସାବୀଙ୍କ ଅଙ୍ଗରକ୍ଷୀ ପ୍ରଭାକର ସେଲ୍ ଦାବି କରିଛନ୍ତି ଯେ, ଆର୍ଯ୍ୟନ୍ ଖାନ୍ଙ୍କୁ ଛାଡ଼ିବା ଲାଗି ‘ଏନ୍ସିବି’ର କ୍ଷେତ୍ରୀୟ ନିର୍ଦେଶକ ସମୀର ଓ୍ଵାଙ୍ଖେଡ଼େଙ୍କ ତରଫରୁ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ମାମଲାରେ ‘ଏନ୍ସିବି’ ତାଙ୍କ (ପ୍ରଭାକର) ଠାରୁ ଗୋଟାଏ ସାଦା ପଞ୍ଚନାମାରେ ମଧ୍ୟ ସ୍ୱାକ୍ଷର କରାଇ ନେଇଛି। ଆର୍ଯ୍ୟନ୍ ଖାନ୍ ଡ୍ରଗ୍ ମାମଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସେଲ୍ ଶତ୍ରୁ ପାଲଟି ଯାଇଥିବା କଥା ଆଜି ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ ଆଜି ସକାଳେ ମୁମ୍ବାଇ ସେସନ୍ ଅଦାଲତଙ୍କୁ କହିଥିଲା। ଏହି ମାମଲାରେ ଲାଞ୍ଚ କାରବାର ହୋଇଥିବା କଥା ଶୁଣିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ‘ଏନ୍ସିବି’ ଉପମହାନିର୍ଦେଶକ ଜ୍ଞାନେଶ୍ୱର ସିଂହ କହିଛନ୍ତି, ମୋ ତତ୍ତ୍ୱାବଧାନରେ ଏହି ଅଭିଯୋଗର ତଦନ୍ତ ହେବ। ଓ୍ଵାଙ୍ଖେଣ୍ଡେ ପଦବୀରେ ରହିବେ କି, ନାହିଁ ବୋଲି ପଚାରିବାରୁ ସେ କହିଲେ, ଏବେ ସେ ବିଷୟରେ କହିବା ଅନୁଚିତ। ଆମେ ସହସା ତଦନ୍ତ ଆରମ୍ଭ କରିଛୁ। ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ଦିନ ସମୀର ଓ୍ଵାଙ୍ଖେଣ୍ଡେ ଦିଲ୍ଲୀସ୍ଥିତ ‘ଏନ୍ସିବି’ର ମୁଖ୍ୟାଳୟରେ ହାଜର ହେବେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0