ନରସିଂହପୁର : ଗତକାଲି ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ନରସିଂହପୁର ଠାରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏବଂ ପରେ ଜେଲରେ ଥିବା ବିଜୟ ଦଳବେହେରାଙ୍କୁ ଭେଟିଥିଲେ । ଗିରଫ ପ୍ରତିବାଦରେ ଆସନ୍ତା ୨୭ ତାରିଖରେ ବଡମ୍ବା ନରସିଂହପୁର ବନ୍ଦ ହେବ ବୋଲି ଜିଲ୍ଲା ସଭାପତି କହିଥିଲେ । ବଡମ୍ବା ରତାପାଟ ଗାଁର ୩ଜଣକୁ ଗିରଫ କରିବା ଘଟଣାରେ ଗତକାଲି ନରସିଂହପୁର ଥାନା ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରିବା ସହ ଥାନା ପରିସରରେ ବିଜେପି କର୍ମୀ ଧସେଇ ପଶିବା , ଥାନା ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଙ୍କ ସହ ଅନ୍ୟ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାରେ ନରସିଂହପୁର ପୋଲିସ ର ୪ଜଣ ଓ ବିଜେପି କର୍ମୀ ୩ଜଣ ଆହତ ହୋଇଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ । ବିଜେପି ନେତା ବିଜୟ କୁମାର ଦଳବେହେରାଙ୍କ ସହ ତାଙ୍କ ଭାଇ ଓ ଜଣେ ସମର୍ଥକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ଏତଲା କରିଛି ନରସିଂହପୁର ପୋଲିସ । ଏମାନଙ୍କ ବିରୁଦ୍ଧରେ ୧୫ ରୁ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗିନ ଦଫା ଲଗାଇଛି ପୋଲିସ । ଉତ୍ତେଜନାକୁ ଆଖି ଆଗରେ ରଖି ନରସିଂହପୁର ର ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୃତ୍ତୟନ କରିବା ସହ କଟକ ଆଡିସନାଲ ଏସ୍ପି ଅଲେଖ ଚନ୍ଦ୍ର ପହି ଘଟଣାର ଅନୁଧ୍ୟାନ କରୁଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0