ବଲିଉଡର ବାଦ୍ଶାହ ଶାହରୁଖ ଖାନ୍। ଗତ କିଛି ଦିନ ଧରି ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଡ୍ରଗ୍ସ କେସ୍ରେ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହେବା ପରେ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଯାଇଛି। ସେ ଏବଂ ତାଙ୍କ ପରିବାର ପୂରା ଅଶାନ୍ତ ଅଛନ୍ତି। ପୁଅ କେବେ ଜେଲ୍ରୁ ମୁକୁଳିବ ତାକୁ ଅନାଇ ବସିଛନ୍ତି। ଘରେ ପୁଅ ନଥିବା ଯୋଗୁଁ ତାଙ୍କୁ ସବୁ ଉତ୍ସବ ଫିକା ଲାଗୁଛି। ଏପରିକି ସେ ତାଙ୍କ ଅପ୍କମିଂ ଫିଲ୍ମ ‘ପଠାନ’ର ଶୁଟିଂରେ ମଧ୍ୟ ବ୍ରେକ୍ ଲଗାଇ ଦେଇଛନ୍ତି।
ତେବେ ଏହାରି ଭିତରେ ଶାହରୁଖ ଏବଂ ଗୌରୀଙ୍କ ବିବାହ ବାର୍ଷିକୀ ମଧ୍ୟ ଫିକା ଫିକା ହୋଇଯାଇଛି। ଗତକାଲି ଶାହରୁଖ ଏବଂ ଗୌରୀଙ୍କ ୩୦ତମ ବିବାହ ବାର୍ଷିକୀ ଥିଲା। ତେବେ ଉଭୟ ନିଜ ବିବାହ ବାର୍ଷିକୀ ପାଳନ କରିନାହାନ୍ତି। ଚଳିତ ବର୍ଷ ଦୁହେଁ ଏହାକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ୩୦ ବର୍ଷର ପରମ୍ପରା ଭାଙ୍ଗି ଦେଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0