ପୁରୀ, ୨୬/୧୦: ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ନେଇ ପୁରୀ ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ। କରୁଛନ୍ତି । ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି ।ସେହିପରି ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ନେଇ ଆଇନଜୀବୀ ଓ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ଏସପିଙ୍କୁ ଦାବିପତ୍ର ଦିଆଯାଇଛି । ତୁରନ୍ତ ପୁରୀ ବାସିନ୍ଦାଙ୍କ ପାଇଁ ଚାରି ଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅନୁମତି ଦିଆନଗଲେ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0