spot_img

ବିନା ଦର୍ଶକରେ ଖେଳାଯିବ ପୁରୁଷ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର : ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ୍। ତେବେ ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବ। ଏ ନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ସବୁ ମ୍ୟାଚ୍ ଗୁଡ଼ିକ ବନ୍ଦ କବାଟ ବା ବିନା ଦର୍ଶକରେ ଖେଳାଯିବ । ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରାଜଧାନୀ ଭୁବନେଶ୍ୱରରେ ହକି ପ୍ରତି କ୍ରେଜ୍ ଓ ମ୍ୟାଚ୍ ସମୟରେ ଷ୍ଟାଡିୟମକୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ, ଏଫଆଇଚ୍ ଓ ହକି ଇଣ୍ଡିଆ କୋଭିଡୋ ଗାଇଡଲାଇନ୍ ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା ମ୍ୟାଚ୍ କରାଇବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular