ତାମିଲ ସିନେମା ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ Hoote ଲଞ୍ଚ କରିଛନ୍ତି। ଏହା ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍, ଯାହାକୁ ତାଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଆପ୍ର ବିଶେଷତ୍ୱ ହେଉଛି, ଆପଣ ଭଏସ୍ ନୋଟ୍ ମାଧ୍ୟମରେ ଆପଣଙ୍କର ଭାବନାକୁ ପ୍ରକାଶ କରିପାରିବେ। ଆପଣଙ୍କ ପୋଷ୍ଟକୁ ଉତ୍ତମ କରିବା ପାଇଁ ଆପଣ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ ଟି ଭାରତୀୟ ଭାଷା ଏବଂ ୩ ଟି ଆନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ।

Hoote app ଗୁଗୁଲ୍ ପ୍ଲେ ଷ୍ଟୋରରେ ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ। ଏହି ଆପ୍ ପ୍ରଥମେ ଆପଣଙ୍କୁ ଭାରତୀୟ କିମ୍ବା ଆନ୍ତର୍ଜାତୀୟ ଭାଷା ବାଛିବା ପାଇଁ କହିଥାଏ, ତାପରେ ଆପଣଙ୍କୁ ସିଧାସଳଖ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇଯାଏ । ଏହି ଆପ୍ ଆପଣଙ୍କୁ ସୁପରଷ୍ଟାର ରଜନୀକାନ୍ତ, ଗୌତମ ଗମ୍ଭୀରଙ୍କ ପରି ସେଲିବ୍ରିଟି, ନ୍ୟୁଜ୍ ଚ୍ୟାନେଲ, ରାଜନେତା ଏବଂ ଫ୍ୟାନ୍ସ ପେଜକୁ ଫଲୋ କରିବାକୁ ସୁବିଧା ଦେଇଥାଏ। ଆପଣ ଯାହାକୁ ଅନୁସରଣ କରିବେ, ତାଙ୍କର Hoote ପୋଷ୍ଟଗୁଡିକ ଆପଣଙ୍କୁ ଦେଖାଯିବ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0