spot_img

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା ୨୭।୧୦: ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବା ନେଇ ସୂଚନା ମିଳିଛି । ଏନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ରାତ୍ରିରହଣି ପାଇଁ ପର୍ଯ୍ୟଟକମାନେ ଓଡିଶା ଇକୋ ଟୁରିଜିମ୍ ଓ୍ବେବ୍‌ସାଇଟ୍‌ରେ ନିଜର ରହଣି ସ୍ଥାନ ଚୟନ କରିପାରିବେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ରାତ୍ରିରହଣି କଟେଜ୍‌ଗୁଡିକ ଅନେକ ରଙ୍ଗବେରଙ୍ଗରେ ସଜେଇ ହୋଇଛି ।

୨୭୫୦ ବର୍ଗ କି.ମି. ପରିମିତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ପର୍ଯ୍ୟଟକଙ୍କ ରାତ୍ରୀ ଯାପନ ପାଇଁ ଗୁରୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି ଓ ରାମତୀର୍ଥରେ କଟେଜ୍‌ଗୁଡିକ ରହିଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହିବାକୁ ଶିମିଳିପାଳ କୋଳରେ ବହିଯାଉଥିବା ବରେହିପାଣି, ଉସ୍କି, ଜୋରନ୍ଦା ପରି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular