କଳାହାଣ୍ଡି ଜିଲ୍ଲା କଲମପୁର ପାଜେନ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ । ଫଳରେ ୧୦୦ ଏକରରୁ ଉର୍ଦ୍ଧ୍ବ ଜମି ଜଳମଗ୍ନ ହୋଇଛି । ବାମ ହୁଡାର ୩୩.୩୨୬ ମିଟରଠାରେ ୧୦ ମିଟର ଘାଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ SDO ପ୍ରଣୟ ପ୍ରଧାନ ଏବଂ AE ପ୍ରତାପ ବେହେରା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନାଲରେ ପାଣି ବନ୍ଦ କରାଯାଇଛି। ପୂର୍ବରୁ ଏହି କେନାଲର ମରାମତି ପାଇଁ ସରକାର ବାରମ୍ବାର ଟେଣ୍ଡର କରୁଥିଲେ ବି ତାହା ଚୂଡାନ୍ତ ହୋଇନାହିଁ । ଫଳରେ ନାନା ସମସ୍ୟା ଭୋଗୁଛନ୍ତି ଚାଷୀ। ଘାଇ ଯୋଗୁଁ ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0