ଅର୍ଥତତ୍ତ୍ବ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଜୟ ପ୍ରକାଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଅର୍ଥତତ୍ତ୍ବ ମାମଲାରେ ସିବିଆଇ ଜ୍ୟୋତି ପ୍ରକାଶଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସେ ଅଦାଲତରୁ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ। ଆବେଦନର ଶୁଣାଣି କରି ଜ୍ୟୋତି ପ୍ରକାଶଙ୍କୁ ଇଡି ମାମଲାରେ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ସେ ତଦନ୍ତରେ ସହଯୋଗ କରିବେ ଓ ଆବଶ୍ୟକ ବେଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ। ଅଦାଲତଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ଓ ଇଡି ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ଅନ୍ୟପକ୍ଷରେ ଅର୍ଥତତ୍ତ୍ବ ଆର୍ଥିକ କାରବାରର ତଦନ୍ତ କରୁଥିବା ଇଡି ଦ୍ବାରା ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉୁଚୁରା କରିଥିଲା। ପ୍ରାୟ ୪ ବର୍ଷ ଜେଲରେ ରହି ଜାମିନରେ ମୁକୁଳିବା ପରେ ପୁଣି ତାଙ୍କୁ ଇଡି ଗିରଫ କରିବାର ସମ୍ଭାବନା ରହିଛି ବୋଲି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ ଜୟ ପ୍ରକାଶଙ୍କ ପକ୍ଷରୁ ଦର୍ଶାଯାଇଥିଲା।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0