ଆଗକୁ ଆସୁଛି ପଂଚାୟତ ନିର୍ବାଚନ | ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। କେନ୍ଦ୍ର ନିର୍ଵାଚନ କମିସନ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି। ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନ। ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ। ସେ କହିଛନ୍ତି, ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ଜାରି ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0