ପେଗାସସ ଗୁଇନ୍ଦାଗିରିକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି । ବିଶେଷକରି ଦେଶ ଓ ଏହାର ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ସେ କହିଛନ୍ତି ଯେ ଭାରତର ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ପେଗାସସ୍ ଏକ ପ୍ରୟାସ । ପେଗାସସକୁ କଣ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ , ବିଜେପି ମନ୍ତ୍ରୀଙ୍କ ଉପରେ ବ୍ୟବହାର କରାଯାଇଥିଲା କି? କେନ୍ଦ୍ର ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ପେଗାସସ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ଇସ୍ରାଏଲ ସପ୍ଟୱେୟାର ପେଗାସସକୁ ବ୍ୟବହାର କରାଯାଇ ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି । ତେବେ ଦେଶର ସାମ୍ବିଧାନିକ ସଂସ୍ଥା ମଧ୍ୟ ଏହାର ଶୀକାର ହେଉଛନ୍ତି । ଏ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ପ୍ରଶ୍ନର ଉତ୍ତର ଦେବା ନିହାତି ଆବଶ୍ୟକ । କେଉଁ ସଂସ୍ଥା ପେଗାସସକୁ ଆଣିଥିଲା । ପେଗାସସକୁ କିଏ ସ୍ୱୀକୃତି ଦେଇଥିଲା । ଏବଂ କିଏ ତାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲା । ଅନ୍ୟ ଦେଶ କିଭଳି ଆମ ଲୋକଙ୍କ ସମ୍ପର୍କରେ ତଥ୍ୟ ପାଇଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0