ଭାରତୀୟ ରାଜନୀତିରେ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ବିଜେପି ସକ୍ରିୟ ରହିବ। ଏହା କହିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ହେଲେ ରାହୁଲଙ୍କ ଠାରେ ଏହା ହିଁ ସମସ୍ୟା ଯେ ସେ ବାସ୍ତବତାକୁ ବୁଝିବାକୁ ଚାହୁଁନାହାନ୍ତି। ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିର କେନ୍ଦ୍ର ରହିବ ବିଜେପି। ଆଗାମୀ ନିର୍ବାଚନମାନଙ୍କରେ ହାରୁ ଅଥବା ଜିତୁ ସ୍ୱାଧୀନତା ପରବର୍ତ୍ତି ୪୦ ବର୍ଷ କଂଗ୍ରେସ ଲାଗି ଯେପରି ଥିଲା ଏବେକା ରାଜନୈତିକ ମାହୋଲ ବିଜେପି ଲାଗି ଠିକ୍ ସେହିପରି ରହିଛି। ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ପ୍ରଶାନ୍ତ ନିଷ୍ପତ୍ତିରୁ ଓହରି ଯିବା ସହ କଂଗ୍ରେସ ଛାଡି ଦେଇଛନ୍ତି। କଂଗ୍ରେସ ସହ ସେ ଆଗକୁ ଅଧିକ ବାଟ ଚାଲିପାରିବେନି ବୋଲି କହିଛନ୍ତି। ଚଳିତମାସ ପ୍ରାରମ୍ଭରେ ପ୍ରଶାନ୍ତ କଂଗ୍ରେସର ବଡ ସମସ୍ୟା ଗୁଡିକ ପ୍ରତି ଦଳୀୟ ନେତୃତ୍ୱଙ୍କ ଧ୍ୟାନ ବି ଆକର୍ଷଣ କରିଥିଲେ। ଦେଶରେ ନିର୍ବାଚନ ରଣନୀତିକାର ଭାବେ ନିଜ ଲାଗି ପରିଚୟ ସୃଷ୍ଟି କରିପାରିଥିବା ପ୍ରଶାନ୍ତ କିଶୋର ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଲାଗି ରଣନୀତି ପ୍ରସ୍ତୁତ କରିଥିଲେ। ମମତା ତାଙ୍କ ନିର୍ଦ୍ଦେଶିତ ମାର୍ଗରେ ଚାଲି ରାଜ୍ୟରେ କେବଳ ବିଜେପି ନୁହେଁ କେନ୍ଦ୍ରୀୟ ନେତୃତ୍ୱ ଲାଗି ଚାଲେଞ୍ଜ ହୋଇପାରିଥିଲେ। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯେଉଁ ଦଳ ଥରେ ନିର୍ବାଚନରେ ୩୦ ପ୍ରତିଶତ ଭୋଟ ନେଇ ଆସିଛି ସେ ଆଉ ସହଜରେ ହଟି ନାହିଁ। ହୁଏତ ଲୋକେ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ନାକାରି ଦେଇପାରନ୍ତି ହେଲେ ବିଜେପି କେଉଁ ଆଡେ ଯିବ ନାହିଁ । ସେମାନେ ଏବେ ଅଛନ୍ତି, ଆଗକୁ ରହିବେ ଓ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ଲଢିବେ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ଗୋଆରେ ପ୍ରଶାନ୍ତ କିଶୋରଙ୍କ ଏହି ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0