କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡେଇଁଲେ ଯୁବକ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। କାରଣ ଅସ୍ପଷ୍ଟ ରହିଛି। ମହାନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏନେଇ ବାରଙ୍ଗ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍ ଯାଞ୍ଚ କରିଥିଲେ। ମୋବାଇଲ୍ରୁ ପରିବାର ଲୋକଙ୍କ ସମ୍ପର୍କରେ ସୂଚନା ପାଇଥିଲେ। ପରେ ପରିବାର ଲୋକଙ୍କୁ ଫୋନ୍ କରି ପୂରା ଘଟଣା କହିଥିଲେ।ମହାନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱରରେ ହୋଇଥିବା ସ୍ପଷ୍ଟ ହୋଇଛି। ମାତ୍ର କେଉଁ କାରଣରୁ ଯୁବକ ଜଣକ ପାଣିକୁ ଡେଇଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏବେ ଅଗ୍ନିଶମ ବାହିନୀ ତରଫରୁ ଖୋଜାଖୋଜି ଆରମ୍ଭ ହୋଇଥିବା ଜଣାପଡ଼ିଛି। ମହାନଦୀର ମୁଣ୍ଡଳୀ ବ୍ରିଜ୍ଟି ସବୁବେଳେ ବ୍ୟସ୍ତବହୁଳ ରହିଥାଏ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲ୍ମେଟ ଓ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଗାଡ଼ି ନମ୍ୱର(OD-07P-1286) । ତାଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0