ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସାବ୍ୟାସାଚୀ ମୁଖାର୍ଜୀ ଆଜିକାଲି ଟ୍ରୋଲରଙ୍କ ଟାର୍ଗେଟରେ ଅଛନ୍ତି। ବୁଧବାର ଦିନ ସାବ୍ୟାସାଚୀଙ୍କ ନୂତନ ଅଳଙ୍କାର ବିଜ୍ଞାପନ କ୍ୟାମ୍ପେନ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହା ମଙ୍ଗଳସୂତ୍ର ବିଜ୍ଞାପନ ନା ଲିଙ୍ଗେରି ବିଜ୍ଞାପନ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସବ୍ୟସାଚୀ ‘ଇଣ୍ଟିମେଟ୍ ଫାଇନ୍ ଜୁଏଲାରୀ’ ନାମରେ ନିଜର ଏକ ନୂଆ ଜୁଏଲାରୀ କଲେକସନ୍ ଲଞ୍ଚ କରିଛନ୍ତି। ଏଥିସହ ସେ ତାଙ୍କ ଅଫିସିଆଲ ସୋଶାଲ ମିଡିଆ ଆକାଉଣ୍ଟରେ ଅନେକ ମଡେଲଙ୍କ ଫଟୋକୁ ଶେୟାର ମଧ୍ୟ କରିଛନ୍ତି। ଏଥିରେ ମଡେଲମାନେ ବ୍ରାଣ୍ଡ ନୂଆ କରି ଲଞ୍ଚ କରିଥିବା ମଙ୍ଗଳସୂତ୍ରକୁ ପିନ୍ଧି ଥିଲେ। ସୂଚନାଯୋଗ୍ୟ ଯେ ୟୁନିକ୍ ଡିଜାଇନର ପୋଷାକ ଏବଂ ସୁନ୍ଦର ବ୍ରାଇଡାଲ୍ କଲେକ୍ସନ୍ ପାଇଁ ବେଶ୍ ଜଣାଶୁଣା ସାବ୍ୟସାଚୀ। ତାଙ୍କ ପୋଷାକ ଏବଂ ଡିଜାଇନ୍ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡର ସେଲେବ୍ରିଟି ଖାସ୍ ପସନ୍ଦ। ଅଧିକାଂଶ ବଲିଉଡ ଷ୍ଟାରମାନେ ନିଜ ବିବାହରେ ସବ୍ୟସାଚୀଙ୍କ ଡିଜାଇନ୍ର ଲେହେଙ୍ଗା ଓ ବ୍ରାଇଡାଲ କଲେସନ ପ୍ରଥମ ପସନ୍ଦ ହୋଇଥାଏ। ଦୀପିକା ପାଦୁକୋନ୍ ଠାରୁ ଆରମ୍ଭ କରି ଅନୁଷ୍କ ଶର୍ମା ଯାଏ ନିଜ ବିବାହରେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ଲେହେଙ୍ଗା ଓ ଗହଣା ପିନ୍ଧିଥିବା ନଜର ଆସିଥିଲେ। ନ୍ୟୁ ଜୁଏଲାରୀର ପ୍ରମୋସନାଲ ବିଜ୍ଞାପନରେ ହେଟ୍ରୋସେସ୍କୁଅଲ ଏବଂ ସମଲିଙ୍ଗି ଦମ୍ପତି ଦି ରୟାଲ ବେଙ୍ଗଲ ମଙ୍ଗଲସୂତ୍ର ପିନ୍ଧି ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଏହାଥିଲା ସାବ୍ୟାସାଚୀଙ୍କ ‘ଇଣ୍ଟିମେଟ୍ ଫାଇନ୍ ଜୁଏଲାରୀ’ର ଅଂଶ। ତେବେ ଫଟୋରେ ମଡେଲମାନେ ଅଣ୍ଡରଗାର୍ମେଣ୍ଟ ପିନ୍ଧି ମଙ୍ଗଲସୁତ୍ରକୁ ପ୍ରଦର୍ଶିତ କରିଥିଲେ। ଜଣେ ୟୁଜର୍ସ ସାବ୍ୟାସାଚୀଙ୍କୁ ଟାର୍ଗେଟ କରି କହିଛନ୍ତି- ‘ତୁମେ କ’ଣ ବିଜ୍ଞାପନ କରୁଛ? ବର୍ତ୍ତମାନ କେହି ଏହି ଅଳଙ୍କାର ପିନ୍ଧିବେ ନାହିଁ, କାରଣ ତୁମେ ଦୁନିଆକୁ ଦେଖାଇଛ ଯେ ଯଦି ମୁଁ ଏହି ଅଳଙ୍କାର ପିନ୍ଧିବି, ତେବେ ମୋତେ ମଧ୍ୟ ଶସ୍ତା ହେବାକୁ ପଡିବ। ଦୟାକରି ଆପଣଙ୍କର ଅଭିଯାନର ଯତ୍ନ ନିଅନ୍ତୁ।’ ଆଉ ଜଣେ କହିଛନ୍ତି ଯେ, ‘ମୁଁ କେବେ ବି ତୁମର ଏଭଳି ମଙ୍ଗଳସୂତ୍ର କିଣିବି ନାହିଁ।’



Visitors Today : 1
Total Visitors : 130423
Total Views : 9891953
Visitors Online Now : 0